
ସମ୍ବଲପୁର: ଜୁଯୁମୁରା ଥାନା ଅଞ୍ଚଳରେ ଲଜ୍ୟା । ଜଣେ ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ । ନାବାଳିକା ଜଣକ ଗତକାଲି ରବିବାର ସନ୍ଧ୍ୟା ପ୍ରାୟ ସାଢେ 6 ଟା ସମୟରେ ନିକଟସ୍ଥ ପଡିଆକୁ ଶୌଚ ହେବାକୁ ଯାଇଥିବା ବେଳେ 5 ଜଣ ଯୁବକ ନାବାଳିକାଙ୍କୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ଜୁଯୁମୁରା ପୋଲିସ ମୁଖ୍ୟ ଅଭିଯୁକ୍ତ ସହ 3 ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସମ୍ବଲପୁର ଏସପି ମୁକେଶ ଭାମୁ ଆଜି ସୂଚନା ଦେଇଛନ୍ତି l
ଘଟଣାରେ ଜଣେ ମୁଖ୍ୟ ଅଭିଯୁକ୍ତ ଥିବାବେଳେ ଅନ୍ୟ 4 ଜଣ ତାଙ୍କୁ ଏହି କୁକର୍ମରେ ସହାୟତା କରିଥିଲେ । ବର୍ତ୍ତମାନ ସୁଦ୍ଧା 3 ଜଣ ଗିରଫ ହୋଇ ସାରିଥିବା ବେଳେ ଅନ୍ୟ 2 ଅଭିଯୁକ୍ତଙ୍କୁ ମଧ୍ୟ ଯଥାଶୀଘ୍ର ପୋଲିସ ଗିରଫ କରିବ ବୋଲି ଏସପି କହିଛନ୍ତି । ମୁଖ୍ୟତଃ ଗିରଫ 3 ଅଭିଯୁକ୍ତ ଏହି କୁକର୍ମ କରିଥିବାର ସ୍ୱୀକାର କରିଛନ୍ତି ବୋଲି ଏସପି କହିଛନ୍ତି । ପୀଡିତାଙ୍କୁ 14 ବର୍ଷ ହୋଇଥିବା ବେଳେ ସେ ନବମ ଶ୍ରେଣୀର ଛାତ୍ରୀ ଅଟନ୍ତି ।ଆଜି ଏହି ଘଟଣା ନେଇ ସମ୍ବଲପୁର ଏସପି ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ଯେ ଗତକାଲି ନାବାଳିକା ଜଣକ ସନ୍ଧ୍ୟା ପ୍ରାୟ ସାଢେ 6 ଟା ସମୟରେ ନିକଟସ୍ଥ ପଡିଆକୁ ଶୌଚ ହେବାକୁ ଯାଇଥିବା ବେଳେ ତାଙ୍କ ସହ ଦୁଷ୍କର୍ମ ହୋଇଥିବା ଜୁଯୁମୁରା ଥାନାରେ ଅଭିଯୋଗ ହୋଇଥିଲା । ଏହି ସୂଚନା ମିଳିବା ପରେ ରେଢ଼ାଖୋଲ ଏସଡ଼ିପିଓ ଓ ଜୁଯୁମୁରା ପୋଲିସ ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଇଥିଲା । ଏହି ଘଟଣାରେ ସମ୍ପୃକ୍ତ ମୁଖ୍ୟ ଅଭଯୁକ୍ତ ଯାହାଙ୍କ ନାଁରେ ଥାନାରେ ଏତଲା ହୋଇଛି । ତାଙ୍କ ସହ ମୋଟ 3 ଜଣ ଅଭିଯୁକ୍ତଙ୍କୁ ଜୁଯୁମୁରା ପୋଲିସ ଗିରଫ କରି ସାରିଛି ।ସମ୍ବଲପୁର ଏସପି ମୁକେଶ ଭାମୁ କହିଛନ୍ତି ଯେ ‘‘ଏହି ଘଟଣାରେ ଯଥାଶୀଘ୍ର ଠୋସ ପ୍ରମାଣ ସଂଗ୍ରହ କରାଯାଇ ଚାର୍ଜସିଟ ଦାଖଲ କରାଯିବ । ପୋକ୍ସୋ କୋର୍ଟଙ୍କୁ ଅନୁରୋଧ କରାଯିବ ଯେମିତିକି ଏହାର ନ୍ୟାୟ ପ୍ରକ୍ରିୟା ତ୍ୱରିତ ଭାବେ ହେବ । ଅନ୍ୟପଟେ ନାବାଳିକା ହୁଅନ୍ତୁ କି ମହିଳା ତାଙ୍କ ବିରୁଦ୍ଧରେ ଅପରାଧ ହେଲେ ପୋଲିସ ଶୁନ୍ୟ ସହନଶୀଳତା ନୀତି ଅବଲମ୍ବନ କରୁଛି ’’ ।