ଭୁବନେଶ୍ବରରେ ରିଙ୍ଗ ରୋଡକୁ ମଞ୍ଜୁରୀ ନେଇ ଶୁଭେଛା ଜଣାଇଲେ ମୋଦି, କହିଲେ ଏହା ସ୍ଥାନୀୟ ବାସିନ୍ଦାଙ୍କ ଜୀବନ ଶୈଳୀକୁ ସୁଗମ କରିବ

ଭୁବନେଶ୍ବର: ଭୁବନେଶ୍ବରରେ ରିଙ୍ଗ ରୋଡକୁ ମଞ୍ଜୁରୀ ନେଇ ଶୁଭେଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଓଡ଼ିଶାବାସୀ ବିଶେଷ କରି ଭୁବନେଶ୍ବର ଓ ଆଖପାଖ ଅଞ୍ଚଳବାସିନ୍ଦାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପକୁ ଆଜି କ୍ୟାବିନେଟରେ ମଞ୍ଜୁରୀ ମିଳିଛି । ଏହା ସ୍ଥାନୀୟ ବାସିନ୍ଦାଙ୍କ ଜୀବନଶୈଳୀକୁ ସୁଗମ କରିବା ବୋଲି ଏକ୍ସରେ କହିଛନ୍ତି ମୋଦି ।ଭୁବନେଶ୍ବର-କଟକ ରିଙ୍ଗ ରୋଡକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ । ୬ଲେନ ବିଶିଷ୍ଟ ୧୧୧ କିମି ବାଇପାସ ନିର୍ମାଣ ହେବ । ଏଥିପାଇଁ ୮୩୦୭ କୋଟି ଟଙ୍କା ବ୍ୟୟ ଅଟକଳ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଏହାକୁ ଅନୁମୋଦନ ମିଳିଛି ।ରିଙ୍ଗ ରୋଡ ନିର୍ମାଣ ହେବା ଫଳରେ ଭୁବନେଶ୍ବର-କଟକ ମଧ୍ୟରେ ଭାରୀ ବ୍ୟବସାୟିକ ଯାନ ପ୍ରବେଶ ନିୟନ୍ତ୍ରଣ ହେବ। ସହର ମଧ୍ୟକୁ ଭାରୀ ଯାନ ପ୍ରବେଶ ବଦଳରେ ଏହା ବାଇପାସରେ ଚଳାଚଳ କରିବ। ଏହା ମାଧ୍ୟମରେ ୩ଟି ମୁଖ୍ୟ ଜାତୀୟ ରାଜପଥNH-55, NH-57, NH-655 ଏବଂ ଗୋଟିଏ ରାଜ୍ୟ ସଡକ ମଧ୍ୟରେ ସଂଯୋଗକୁ ସୁନିଶ୍ଚିତ କରିବ।