ଫରାହ ଖାନ୍ ଏବଂ ଦୀପିକାଙ୍କ ମଧ୍ୟରେ ନାହିଁ କୌଣସି ବିବାଦ, ମୁହଁ ଖୋଲିଲେ ଫିଲ୍ମ ନିର୍ଦ୍ଦେଶିକା

ବର୍ତ୍ତମାନ ଫରାହ ଖାନ ଏବଂ ଦୀପିକା ପାଦୁକୋନଙ୍କ ମଧ୍ୟରେ ସମ୍ପର୍କ ଖରାପ ଥିବାର ଖବର ଚର୍ଚ୍ଚାରେ ରହିଛି । ଫରାହ ଖାନ୍ ତାଙ୍କ ବ୍ଲଗ୍ ମାଧ୍ୟମରେ ଦୀପିକାଙ୍କ ଆଠ ଘଣ୍ଟା କାମ କରିବା ଦାବି ଉପରେ ମନ୍ତବ୍ୟ ଦେଇଛନ୍ତି । ଯାହା ସେମାନଙ୍କ ମଧ୍ୟରେ ସମ୍ପର୍କ ଖରାପ ହେବାର କାରଣ ବୋଲି କୁହାଯାଉଛି । ଯାହା ସେମାନଙ୍କ ଫ୍ୟାନ୍ସଙ୍କୁ ଆଶ୍ଚର୍ଯ୍ୟ କରିଛି । କିନ୍ତୁ ଏହି ଗୁଜବ ଖବରର ଜବାବ ଦେଇଛନ୍ତି ଫରାହ ଖାନ୍ ।ଦୀପିକାଙ୍କ ସହ ଖରାପ ସମ୍ପର୍କକୁ ନେଇ ପ୍ରସାରିତ ହେଉଥିବା ଗୁଜବ ଖବରକୁ ଅସ୍ବୀକାର କରିଛନ୍ତି ଫରାହ ଖାନ୍ ।ତାଙ୍କ ମତରେ ଏହା ମିଥ୍ୟା ବିବାଦ । ଏହାରି ମଧ୍ୟରେ ଫରାହ କହିଥିଲେ ଯେ, ପ୍ରଥମରୁ ସେମାନେ ପରସ୍ପରକୁ ସୋସିଆଲ ମିଡିଆରେ ଫଲୋ କରି ନଥିଲେ । ଏହା ଛଡ଼ା ସେ ଆହୁରି କହିଛନ୍ତି ଯେ, ହାପି ନ୍ୟୁ ଇୟରର ସୁଟିଂ ସମୟରେ ସୋସିଆଲ ମିଡିଆରେ ପରସ୍ପର ସହ ଯୋଗାଯୋଗ ନ କରିବାକୁ ନିଷ୍ପତ୍ତି ନେଇଥିଲେ । ଯଦି କୌଣସି କାମ ପଡେ ତେବେ ଉଭୟେ ଉଭୟଙ୍କୁ କଲ୍ କିମ୍ବା ମେସେଜ୍ ସାହାଯ୍ୟରେ ଯୋଗାଯୋଗ କରିବେ । ସେମାନେ ପରସ୍ପରକୁ ଜନ୍ମଦିନର ଶୁଭେଚ୍ଛା ମଧ୍ୟ ସୋସିଆଲ ମିଡିଆରେ ଜଣାନ୍ତିନାହିଁ ବୋଲି କହିଥିଲେ ।ଏହା ବ୍ୟତୀତ ସେ କହିଛନ୍ତି ଯେ, ’’ମୁଁ ୮ ଘଣ୍ଟାର ସିଫ୍ଟ ବିଷୟରେ ଯାହା କହିଥିଲି ତାହା ମଜା କରିବା ପାଇଁ ନଥିଲା । ବରଂ ଏହା ଦିଲୀପଙ୍କ ପାଇଁ ଥିଲା । ମୁଁ ତାଙ୍କୁ ୮ ଘଣ୍ଟା କାମ କରିବାକୁ କହୁଥିଲି କାରଣ ସେ କେବଳ ୨ ଘଣ୍ଟା କାମ କରନ୍ତି ।”ଏଥିସହ ଦୀପିକାଙ୍କ ଝିଅ ଦୁଆ ଜନ୍ମ ହେବାବେଳେ ସେ ପ୍ରଥମ ବ୍ୟକ୍ତି ଯିଏ ବ୍ୟକ୍ତିଗତ ଭାବେ ତାଙ୍କୁ ଦେଖା କରିଥିଲେ ବୋଲି ସେ କହିଛନ୍ତି । ସବୁ କାମ ସୋସିଆଲ ମିଡିଆ ପାଇଁ କରାଯାଏ ନାହିଁ ।