ପ୍ୟାରିସ୍ ଫ୍ୟାଶନ୍ ୱିକ ୨୦୨୫ : ମନୀଷ ମଲହୋତ୍ରାଙ୍କ ତିଆରି ହୀରା ଥିବା କଳା ପୋଷାକରେ ଚମକିଲେ ଐଶ୍ୱର୍ଯ୍ୟା

ଚଳିତ ବର୍ଷ “ପ୍ୟାରିସ୍ ଫ୍ୟାଶନ୍ ୱିକ ” ସେପ୍ଟେମ୍ବର ୨୯ ରେ ହୋଇଥିଲା । ଏହି ଉତ୍ସବରେ ବଲିଉଡ୍ ର ସବୁଠାରୁ ସୁନ୍ଦର ଓ ଲୋକପ୍ରିୟ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏହି ଫ୍ୟାଶନ୍ ୱିକରେ ଭାଗ କରିଥିଲେ । ତେବେ ଐଶ୍ୱର୍ଯ୍ୟା ଏହି ପୁଣିଥରେ ତାଙ୍କର ଚମତ୍କାର ପ୍ରତିଭା ଦେଖାଇ ପାରିଥିଲେ । ଐଶ୍ୱର୍ଯ୍ୟା ଶ୍ରେଷ୍ଠ ହଲିଉଡ ଷ୍ଟାର ମାନଙ୍କ ସହ ରାମ୍ପ ରେ ଚାଲିଥିଲେ ।ଗତକାଲି ସେ “ପ୍ୟାରିସ୍ ଫ୍ୟାଶନ୍ ୱିକ ” ୨୦୨୫ ରେ ସୁପର ମଡେଲ୍ ମାନଙ୍କ ସହ ରାମ୍ପରେ ଚାଲିଥିଲେ । ରନୱେ ଓ ବ୍ୟାକ ଷ୍ଟେଜ୍ ରୁ ଐଶ୍ୱର୍ଯ୍ୟା ଙ୍କ ଅନେକ ଫୋଟ ଓ ଭିଡିଓ ଆସିଛି । ପ୍ରସିଦ୍ଧ ଭାରତୀୟ ଡିଜାଇନର ମନୀଷ ମାଲହୋତ୍ରାଙ୍କ ଦ୍ବାରା ଡିଜାଇନ କରାଯାଇଥିବା ଏକ ଆକର୍ଷଣୀୟ କଳା ହୀରାରେ ତିଆରି ହୋଇଥିବା ପୋଷାକ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା ।କୋଟର ହାତ ଏବଂ ପଛପଟେ ଥିବା ୧୦ ଇଞ୍ଚର ହୀରା-କଟା କଫ୍ ଐଶ୍ୱର୍ଯ୍ୟାଙ୍କ ପୋଷାକର ମୁଖ୍ୟ ଆକର୍ଷଣ ଥିଲା । କୋଟର ବଟନ୍-ଡାଉନ୍ ସମ୍ମୁଖ ଭାଗ ଏହାକୁ ଏକ ରାଜକୀୟ ଲୁକ୍ ଦେଇଥିଲା, ଏବଂ କପଡ଼ାର ସୂକ୍ଷ୍ମ ଚମକ ସୌନ୍ଦର୍ଯ୍ୟର ସ୍ପର୍ଶ ଦେଇଥିଲା। ଐଶ୍ୱର୍ଯ୍ୟା ଏକ ବଡ଼ ହୀରା ଏବଂ ଏମରାଲ୍ଡ ବ୍ରୋଚ୍ ସହିତ ତାଙ୍କର ଲୁକ୍ ଶେଷ କରିଥିଲେ ।ମେକଅପ୍ ଅତି ସୁନ୍ଦର ହୋଇଥିଲା ଏହା ସହ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ତାଙ୍କ ଚମତ୍କାର ପୋଷାକରେ ବୋଲ୍ଡ ଦେଖାଯାଉଥିଲେ । ଲାଲ ଲିପଷ୍ଟିକ୍ ତାଙ୍କ ମୁହଁକୁ ଅଧିକ ଆକର୍ଷଣୀୟ କରିଥିଲା । “ଗୁରୁ” ଅଭିନେତ୍ରୀ ଷ୍ଟାଇଲରେ ରାମ୍ପରେ ଚାଲିଥିଲେ, ତାଙ୍କ ପ୍ରଶଂସକମାନଙ୍କୁ ଫ୍ଲାଇଂ କିସ୍ ଏବଂ ନମସ୍ତେ ପୋଜ୍ ଦେଇ ସ୍ୱାଗତ କରିଥିଲେ ।ଏକ ପ୍ରେସ୍ ନୋଟ୍ ଅନୁସାରେ, ଐଶ୍ୱର୍ଯ୍ୟା ବ୍ରାଣ୍ଡ ସହିତ ତାଙ୍କର ଦୀର୍ଘ ସମ୍ପର୍କ ବିଷୟରେ କହିଛନ୍ତି, “ପ୍ୟାରିସ୍ ଫ୍ୟାଶନ୍ ୱିକରେ ରନୱେ ଚାଲିବା ସବୁବେଳେ ତାଙ୍କ ସୌନ୍ଦର୍ଯ୍ୟକୁ ସ୍ମରଣ କରିଥାଏ । ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ସେ ଏହି ବ୍ରାଣ୍ଡ ପରିବାରର ଏକ ଅଂଶ ଏହା ସଶକ୍ତିକରଣର ଏକ ଯାତ୍ରା । ଏହା ଆତ୍ମସମ୍ମାନର ଏକ ଉତ୍ସବ ଯାହା ବିଶ୍ୱର ମହିଳାମାନଙ୍କୁ ପ୍ରେରଣା ଦେଇ ଚାଲିଛି ।ଏହି ଫ୍ୟାଶନ୍ ୱିକରେ ହଲିଉଡ୍ ଏବଂ ବଲିଉଡର ମିଶ୍ରଣ ଦେଖିବାକୁ ମିଳିଥିଲା । ବ୍ରିଟିଶ ଅଭିନେତ୍ରୀ ସିମୋନ ଆଶଲି ଏବଂ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ପ୍ୟାରିସ୍ ଫ୍ୟାଶନ୍ ୱିକରେ ଏକ ପୁନଃମିଳନ ମୁହୂର୍ତ୍ତ ସେୟାର କରିଥିଲେ । ଉଭୟ ସୁନ୍ଦରୀ ଏହି ବିଶେଷ ମୁହୂର୍ତ୍ତକୁ ସେମାନଙ୍କ ମୋବାଇଲ୍ କ୍ୟାମେରାରେ କଏଦ କରିଥିଲେ ।