ପୋଲିସ କନେଷ୍ଟବଳ ନିଯୁକ୍ତି ପାଇଁ ଖାଲି ପଡିଛି ପଦବୀ, ଜାଣନ୍ତୁ କିପରି କରିବେ ଆବେଦନ

ସରକାରୀ ଚାକିରି ଅପେକ୍ଷାରେ ଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର । ବିହାର ପୋଲିସରେ କନେଷ୍ଟବଳ ଏବଂ ଜେଲ ୱାର୍ଡରଙ୍କ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ଭର୍ତ୍ତି ପ୍ରକ୍ରିୟା ପାଇଁ କେନ୍ଦ୍ରୀୟ ଚୟନ ବୋର୍ଡ (CSBC) ୪୧୨୮ ପଦବୀ ଘୋଷଣା କରିଛି । ଇଚ୍ଛୁକ ପ୍ରାର୍ଥୀ ବର୍ତ୍ତମାନ ଏହି ନୁଯୁକ୍ତି ପାଇଁ ଆବେଦନ କରିପାରିବେ । ଅଧିକ ବିବରଣୀ ପାଇଁ ଆପଣମାନେ ଏହାର ଅଫିସିଆଲ ୱେବସାଇଟକୁ ଯାଇ ଚେକ୍ କରିପାରିବେ ।ପଦବୀ ବିବରଣୀ : ୪୧୨୮ନିଷେଧ କନେଷ୍ଟବଳ: ୧,୬୦୩ଜେଲ୍ ୱାର୍ଡର: ୨,୪୧୭ମୋବାଇଲ୍ ସ୍କ୍ୱାଡ୍ କନେଷ୍ଟବଳ: ୧୦୮

ଆବେଦନ ତାରିଖ : ଇଚ୍ଛୁକ ପ୍ରାର୍ଥୀ ୬ ଅକ୍ଟୋବରରୁ ୫ ନଭେମ୍ବର ପର୍ଯ୍ୟନ୍ତ ଆବେଦନ କରିପାରିବେ ।ବୟସ ସୀମା : ନିଷେଧ ଏବଂ ମୋବାଇଲ୍ ସ୍କ୍ୱାଡ୍ କନେଷ୍ଟବଳ ପଦବୀ ପାଇଁ ପ୍ରାର୍ଥୀଙ୍କ ବୟସ ସୀମା ୧୮ ରୁ ୨୫ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ । ଜେଲ୍ ୱାର୍ଡର ପଦବୀ ପାଇଁ ପ୍ରାର୍ଥୀଙ୍କ ବୟସ ସୀମା ୧୮ରୁ ୨୩ ବର୍ଷ ମଧ୍ୟ ହୋଇଥିବା ଉଚିତ୍ । କିନ୍ତୁ ସଂରକ୍ଷିତ ବର୍ଗ ଏବଂ ମହିଳା ପ୍ରାର୍ଥୀଙ୍କ ପାଇଁ ବୟସ ସୀମା ଛାଡ଼ କରାଯାଇଛି ।

ଶିକ୍ଷାଗତ ଯୋଗ୍ୟତା : ନିଷେଧ ଏବଂ ମୋବାଇଲ୍ ସ୍କ୍ୱାଡ୍ କନେଷ୍ଟବଳ ପଦବୀ ପାଇଁ ଇଚ୍ଛୁକ ପ୍ରାର୍ଥୀ ଏକ ସ୍ୱୀକୃତିପ୍ରାପ୍ତ ବୋର୍ଡରୁ +୨ପାସ୍ କରିଥିବା ଜରୁରୀ । କିନ୍ତୁ ମୋବାଇଲ୍ ସ୍କ୍ୱାଡ୍ କନେଷ୍ଟବଳ ପଦବୀ ପାଇଁ ମଧ୍ୟମ ଶିକ୍ଷା ସହିତ ହାଲୁକା କିମ୍ବା ଭାରୀ ମୋଟର ଯାନ ଚଲାଇବା ପାଇଁ ଲାଇସେନ୍ସ ଥିବା ଆବଶ୍ୟକ ।

ଆବେଦନ ଶୁଳ୍କ : ଆବେଦନ ପାଇଁ ଶୁଳ୍କ ୧୦୦ଟଙ୍କା ଧାର୍ଯ୍ୟ କରାଯାଇଛି । ଯାହା ଅନଲାଇନ୍ ମାଧ୍ୟମରେ ଆବେଦନକାରୀ ପୈଠ କରିପାରିବେ ।

ଆବେଦନ ପ୍ରକ୍ରିୟା :ଆବେଦନ କରିବା ପାଇଁ ପ୍ରଥମେ କେନ୍ଦ୍ରୀୟ ଚୟନ ବୋର୍ଡ (CSBC)ର ଅଫିସିଆଲ ୱେବସାଇଟକୁ ଯାଆନ୍ତୁ ।ରେଜିଷ୍ଟ୍ରେସନ୍ ଲିଙ୍କକୁ ଯାଆନ୍ତୁ ଏବଂ ସେଠାରେ ଦିଆଯାଇଥିବା ସମସ୍ତ ସୂଚନା ପଢି ସାରିବା ପରେ ଡିକ୍ଲାରେସନ୍ ଉପରେ ଟିକ୍ କରନ୍ତୁ ।Applicant Detailsରେ ନିଜ ନାମ, ମୋବାଇଲ ନମ୍ବର,ଇମେଲ୍ ଆଡ୍ରେସ୍,ବିହାର ଡୋମିସାଇଲ,ଜେଣ୍ଡର,କ୍ୟାଟାଗୋରୀ,ଜନ୍ମତିଥି,ଡ୍ରାଇଭିଂ ଲାଇସେନ୍ସ ଆଦିରେ ସମସ୍ତ ସୂଚନା Yes/Noରେ ଟିକ୍ କରି ପ୍ରକ୍ରିୟାକୁ ଆଗକୁ ବଢାନ୍ତୁ ।କ୍ୟାପଚା କୋଡ୍ ପୂରଣ କରି ୧୦୦ ଟଙ୍କା ଆବେଦନ ଶୁଳ୍କ ଭରନ୍ତୁ । ଶୁଳ୍କ ଦେବା ପରେ ରେଜିଷ୍ଟ୍ରେସନରେ କୌଣସି ପରିବର୍ତ୍ତନ କରିପାରିବେ ନାହିଁ ।ଶୁଳ୍କ ଭରିବା ପରେ ଆପଣଙ୍କ ନିକଟକୁ ଏକ ରେଜିଷ୍ଟ୍ରେସନ୍ ନମ୍ବର ମିଳିବ ।“Proceed to Application Form” ଉପରେ କ୍ଲିକ୍ କରନ୍ତୁ ।ଏହାପରେ ବାପା-ମାଆଙ୍କ ନାମ ଏବଂ ପରିଚୟପତ୍ର ବିବରଣୀ ପୂରଣ କରିବା ସହ ନିଜର ଶିକ୍ଷାଗତ ଯୋଗ୍ୟତା ସୂଚନା ଦେଇ ପୂରଣ କରନ୍ତୁ ।କ୍ରିମିନାଲ କେସ୍ ଏବଂ ଡେକ୍ଲେରେସନ୍ ପୂରଣ କରନ୍ତୁ ।ଏବେ କଲରଫୁଲ ଫଟୋ 500KB ମଧ୍ୟରେ ଅପଲୋଡ କରନ୍ତୁ । ଯାହା ୨ ମାସରୁ ଅଧିକ ପୁରୁଣା ହୋଇନଥିବା ଆବଶ୍ୟକ ।ପରେ 100KBମଧ୍ୟରେ କଳା ପେନରେ ଦସ୍ତଖତ ଅପଲୋଡ କରନ୍ତୁ ।ଶେଷରେ ଫର୍ମରେ ଥିବା ସମସ୍ତ ସୂଚନା ଯାଞ୍ଚ କରିବା ପରେ, କ୍ୟାପଚା କୋଡ୍ ପୂରଣ କରନ୍ତୁ ଏବଂ Submit Applicant ଉପରେ କ୍ଲିକ୍ କରନ୍ତୁ ।