ଭସାଣ ଉତ୍ସବ ଗଣ୍ଡଗୋଳ ଘଟଣାରେ ଗରିଫଦାରୀ ଜାରି, ଗିରଫ ସଂଖ୍ୟା ୯ କୁ ବୃଦ୍ଧି

କଟକ : ଭସାଣ ଉତ୍ସବ ଦିନ କଟକ ହାତୀ ପୋଖରୀ ଅଞ୍ଚଳରେ ହୋଇଥିବା ଗଣ୍ଡଗୋଳ ଘଟଣାରେ ଜାରି ରହିଛି ଗରିଫଦାରୀ । ଏହି ଘଟଣାରେ ପୂର୍ବରୁ ୬ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଗୁରୁବାର ଦିନ ଆଉ ୩ ଜଣକୁ ଗିରଫ କରିଛି ପୋଲିସ । ହାତୀ ପୋଖରୀ ଅଞ୍ଚଳରେ ବୁଲିବୁଲି ଗିରଫ ହୋଇଥିବା ଅଭିଯୁକ୍ତ ଓ ଫେରାର ଥିବା ଅଭିଯୁକ୍ତଙ୍କ ଘର ଜାଞ୍ଚ କରିଛି ପୋଲିସ । ସେହି ଅଞ୍ଚଳକୁ ଶାନ୍ତି ବଜାୟ ରଖିବା ସହ ଘଟଣାରେ ସମ୍ପୃକ୍ତ ଥିବା ପ୍ରତିଟି ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି କହିବା ସହ କୌଣସି ପ୍ରକାରର ଗୁଜବ ଉପରେ ବିଶ୍ବାସ ନ କରିବା ପାଇଁ ଲୋକଙ୍କୁ ପରାମର୍ଶ ଦେଇଛି ପୋଲିସ ।ସେପଟେ ଭସାଣ ଉତ୍ସବ ଦିନ ଘଟିଥିବା ଘଟଣା ଅତି ଦୁର୍ଭାଗ୍ୟଜନକ ଥିଲା ଏବଂ ହାତଗଣତି କିଛି ବିଶୃଙ୍ଗଳାକାରୀଙ୍କ ପାଇଁ ଏହି ଘଟଣା ଘଟିଥିଲା ବୋଲି ପୋଲିସ କହିଛି । ସେହି ଅଞ୍ଚଳଗୁଡ଼ିକର ପ୍ରତ୍ୟେକ ପ୍ରବେଶ ପଥରେ ରହିଛି ପୋଲିସର ବ୍ୟାରିକେଟିଂ । ଏହାରି ଭିତରେ ଏହି ଘଟଣାରେ ପୂର୍ବରୁ ୬ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଗୁରୁବାର ଦିନ ଆଉ ୩ ଜଣକୁ ଗିରଫ କରିଛି ପୋଲିସ ।ସେପଟେ ଶୋଭାଯାତ୍ରା ଉପରକୁ ଟେକା ପଥର ମାଡ ଓ ଗଣ୍ଡଗୋଳ ଘଟାଇଥିବା କିଛି ଅଭିଯୁକ୍ତ ଏବଂ ସନ୍ଧିଗ୍ଧ ଘରକୁ ଆଜି ଜାଞ୍ଚ କରିଥିଲା ପୋଲିସ ଟିମ । ଦୁଇ ଜଣ ଏସସିପିଙ୍କ ନେତୃତ୍ବରେ ଏକ ପୋଲିସ ଟିମ ଅଭିଯୁକ୍ତମାନଙ୍କ ଘରକୁ ଯାଇ ସେମାନଙ୍କ ପରିବାର ଲୋକଙ୍କୁ ପଚରା ଉଚରା କରିବା ସହ ସବିଶେଷ ତଥ୍ୟ ମଧ୍ୟ ସଂଗ୍ରହ କରିଛି । ସେହି ଅଞ୍ଚଳକୁ ଶାନ୍ତି ବଜାୟ ରଖିବା ସହ ଘଟଣାରେ ସମ୍ପୃକ୍ତ ଥିବା ପ୍ରତିଟି ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି କହିବା ସହ କୌଣସି ପ୍ରକାରର ଗୁଜବ ଉପରେ ବିଶ୍ବାସ ନ କରିବା ପାଇଁ ଲୋକଙ୍କୁ ପରାମର୍ଶ ଦେଇଛି ପୋଲିସ