
ବ୍ରହ୍ମପୁର : ଗୋପାଳପୁର ସମୁଦ୍ର କୁଳରେ ଗାଧୋଇବା ବେଳେ ଅସାବଧାନତା ବଶତଃ ଗଭୀର ସମୁଦ୍ର ଭିତରକୁ ଚାଲି ଯାଇଥିଲେ ଜଣେ ଯୁବକ। ଯୁବକ ଜଣକ ଖୋର୍ଦ୍ଧା ମୁକୁନ୍ଦ ସାହିର ସତ୍ୟ ସାମନ୍ତରାୟ ବୋଲି ଜଣାପଡିଛି। ଏତିକି ବେଳେ କର୍ତ୍ତବ୍ୟରତ ଗୋପାଳପୁର ଥାନାର ଜି ଚିଟିବାବୁ ଓ ଜି କାଳି ଶଙ୍କର ନାମକ ଦୁଇ ଗୃହରକ୍ଷୀ ସମୁଦ୍ରକୁ ଲମ୍ପ ମାରି ଭାସି ଯାଉଥିବା ଯୁବକକୁ ଉଦ୍ଧାର କରିଥିଲେ। ବର୍ତ୍ତମାନ ଯୁବକର ପରିସ୍ଥିତି ଭଲ ଥିବା ଜଣାପଡିଛି।