
ନୂଆଦିଲ୍ଲୀ : ଟିମ୍ ଇଣ୍ଡିଆର ଖେଳାଳି ଏବେ ବ୍ୟସ୍ତ ସିଡ୍ୟୁଲ ଦେଇ ଗତି କରୁଛି । ୱେଷ୍ଟଇଣ୍ଡିଜ ବିପକ୍ଷରେ ୨-୦ରେ ଟେଷ୍ଟ ସିରିଜ ଜିତିବାର ୨୪ ଘଣ୍ଟା ଭିତରେ ଭାରତୀୟ ଟିମ୍ ଅଷ୍ଟ୍ରେଲିଆ ଗସ୍ତ କରିଛି । ନୂଆଦିଲ୍ଲୀରେ ସିରିଜ ଶେଷ ହେବା ପରେ ଖେଳାଳି ଅଷ୍ଟ୍ରେଲିଆ ଗସ୍ତ କରିବା ପରେ ବିମାନବନ୍ଦରରେ ପହଞ୍ଚିଥିଲେ । ବିରାଟ କୋହଲି, ରୋହିତ ଶର୍ମା, ଶୁବମନ ଗିଲ ଏବଂ ଜସପ୍ରୀତ ବୁମରା ଏୟାରପୋର୍ଟରେ ଦେଖିବାକୁ ମିଳିଛି । ଯାହାର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି ।ନୂଆଦିଲ୍ଲୀ ଇନ୍ଦିରା ଗାନ୍ଧି ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ଖେଳାଳିଙ୍କୁ ଦେଖିବା ପାଇଁ ଫ୍ୟାନ୍ସ ଜମା ହୋଇଥିଲେ । ବିରାଟ କୋହଲିଙ୍କୁ ଦେଖିବା ପାଇଁ ଫ୍ୟାନ୍ସ ଗହଳି ଜମାଇଥିଲେ । ବିରାଟ କୋହଲି ମାର୍ଚ୍ଚ୨୦୨୫ରେ ଇଣ୍ଟରନ୍ୟାସନାଲ କ୍ରିକେଟ ଖେଳିଥିଲେ ।ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଦିନିକିଆ ସିରିଜ ୧୯ ଅକ୍ଟୋବରରୁ ଖେଳାଯିବ । ଏହାପରେ ୨୩ ଅକ୍ଟୋବରରେ ଦ୍ବିତୀୟ ମ୍ୟାଚ ଏବଂ ୨୫ ଅକ୍ଟୋବରରେ ୩ୟ ମ୍ୟାଚ୍ ଖେଳାଯିବ । ଭାରତୀୟ ସମୟ ଅନୁସାରେ ଏହି ମ୍ୟାଚ ସକାଳ ୯ରେ ଆରମ୍ଭ ହେବ । ଏଥିପାଇଁ ପୂର୍ବରୁ ଟିମ୍ ଇଣ୍ଡିଆ ଘୋଷଣା ହୋଇସାରିଛି । ଯେଉଁଥିରେ ରୋହିତ ଶର୍ମା ଏବଂ ବିରାଟ କୋହଲି ସାମିଲ ରହିଛନ୍ତି ।ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ ପାଇଁ ଟିମ୍ : ରୋହିତ ଶର୍ମା, ବିରାଟ କୋହଲି, ଶୁବମନ ଗିଲ(ଅଧିନାୟକ), ଶ୍ରେୟସ ଆୟର (ଉପଅଧିନାୟକ), ଅକ୍ଷର ପଟେଲ, କେଏଲ ରାହୁଲ (ୱିକେଟ କିପର), ନୀତିଶ କୁମାର ରେଡ୍ଡୀ, ୱାଂଶିଟନ ସୁନ୍ଦର, କୁଲଦୀପ ଯାଦବ, ହର୍ଷିତ ରାଣା, ମହମ୍ମଦ ସିରାଜ, ଅର୍ଶଦୀପ ସିଂହ, ପ୍ରସିଦ୍ଧ କ୍ରିଷ୍ଣା, ଧ୍ରୁବ ଜୁରେଲ ଏବଂ ଯଶସ୍ବୀ ଜୟସୱାଲ ।