ବାତ୍ୟା ମୋନ୍ଥା ର ମୁକାବିଲା କରିବାକୁ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ଗଞ୍ଜାମ ଜିଲ୍ଲା ପ୍ରଶାସନ – ଜିଲ୍ଲାପାଳ; ୪୦୦ ଜଣ ସ୍ଥାନାନ୍ତରିତ

ଛତ୍ରପୁର :୨୮/୧୦ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ସମସ୍ତ ଅଧିକାରୀ ଏବେ ସୁଦ୍ଧା ସଠିକ୍ କାର୍ଯ୍ୟ ସଂପାଦନ କରିଛନ୍ତି l ସନ୍ଧ୍ୟା ୭ ଘଣ୍ଟ ସୁଦ୍ଧା ୪୦୦ ଜଣକୁ ସ୍ଥାନାନ୍ତରିତ କରାଯାଇଛି l ୧୫୦୦ ଜନଙ୍କୁ ଚିହ୍ନଟ କରଯାଇଛି l ପରିସ୍ଥିତିକୁ ଅନୁଧ୍ୟାନ କରି ଆବଶ୍ୟକ ସ୍ଥଳେ ସେମାନଙ୍କୁ ମଧ୍ୟ ସ୍ଥାନାନ୍ତରିତ କରାଯିବ l ୧୧୦୦ ଗର୍ଭବତୀ ମାଁ ଙ୍କୁ CHC ଓ PHC କୁ ସ୍ଥାନାନ୍ତରିତ କରାଯାଇଛି l ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନିଜ ଜିଲ୍ଲାର ୧ ଗୋଟି ଓ ଅନ୍ୟ ଜିଲ୍ଲାର ୩ ଗୋଟି ODRAF ଟିମ୍ ଆସି ପହଞ୍ଚିଛନ୍ତି l ସେମାନଙ୍କୁ ବ୍ରହ୍ମପୁର, ଆସ୍କା, ଭଞ୍ଜନଗର ଓ ଛତ୍ରପୁର ରେ ରହିବା ପାଇଁ ନିର୍ଦ୍ଧେଶ ଦିଆଯାଉଛି l
ତାହା ସହିତ ଆର୍ମି ଏଡି କଲେଜ୍ ର ମଧ୍ୟ ଦୁଇଟି ଟିମ୍ ପ୍ରସ୍ତୁତ ହୋଇ ରହିଛନ୍ତି l ଆବଶ୍ୟକ ପଡିଲେ ସେମାନେ ସାହାଯ୍ୟର ହାତ ବଢ଼େଇବା ପାଇଁ କଥା ଦେଇଛନ୍ତି l ରିଲିଫ୍ କିମ୍ୱା ରେସ୍କୁ ଅପରେଶନ ବେଳେ କାର୍ଯ୍ୟରେ ନିୟୋଜିତ କରାଯିବ l ଆର୍ଯ୍ୟପଲ୍ଲୀ ନିକଟ ସମୁଦ୍ର ମଝିରେ ରହିଥିବା ଟ୍ରଲର ଗୁଡିକ ପ୍ରଶ୍ନ ର ଉତ୍ତର ରଖି ଜିଲ୍ଲାପାଳ କହିଛନ୍ତି, ସେଗୁଡିକ ଆନ୍ଧ୍ରପ୍ରଦେଶ ର ଟ୍ରଲର ଗୁଡିକ, ବାତ୍ୟା ମୋନ୍ଥା ର ପ୍ରକୋପ ବୃଦ୍ଧି ହେତୁ ସେମାନେ ଆଉ ଫେରିପାରିଲେ ନାହିଁ, ତେଣୁ ନିଜକୁ ସୁରକ୍ଷିତ ରଖିବା ପାଇଁ ଗଞ୍ଜାମ ଜିଲ୍ଲାପ୍ରଶାସନକୁ ସାହାଯ୍ୟ ମାଗିଥିଲେ l ତେଣୁ ଜିଲ୍ଲାପ୍ରଶାସନ ଗୋପାଳପୁର ପୋର୍ଟ କର୍ତ୍ତୃପକ୍ଷଙ୍କୁ ଜଣାଇଲା ପରେ ସେମାନଙ୍କୁ ସେଠାରେ ଆଶ୍ରୟ ଦିଆଯାଉଛି l