ଦିଲ୍ଲୀ ବିସ୍ଫୋରଣକୁ ନେଇ ବଲିଉଡ ଜଗତ ସ୍ତବ୍ଧ, ଶୋକ ପ୍ରକାଶ କଲେ ସେଲିବ୍ରିଟି

ନୂଆଦିଲ୍ଲୀ : ଦେଶର ରାଜଧାନୀ ଦିଲ୍ଲୀର ଲାଲକିଲ୍ଲା ନିକଟରେ ଭୟଙ୍କର ବଡ଼ ବିସ୍ଫୋରଣ ହୋଇଛି । ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ଏବଂ ଦୁଇ ଡଜନରୁ ଅଧିକ ଆହତ ହୋଇଛନ୍ତି । ପୋଲିସ ଏବଂ ତଦନ୍ତକାରୀ ସଂସ୍ଥାଗୁଡ଼ିକ ତଦନ୍ତ ଆରମ୍ଭ କରିଛନ୍ତି । ଏହି ବିସ୍ଫୋରଣ ପରେ ଫିଲ୍ମ ଜଗତ ସ୍ତବ୍ଧ ହୋଇପଡିଛି । ଥାଲପତି ବିଜୟ ଠାରୁ ଆରମ୍ଭ କରି ରବୀନା ଟଣ୍ଡନ ପର୍ଯ୍ୟନ୍ତ ଘଟଣାକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ।ରବୀନା ଟଣ୍ଡନ ଇନଷ୍ଟାଗ୍ରାମ ଷ୍ଟୋରୀରେ ଲେଖିଛନ୍ତି, ସେମାନ ପୁଣି ଫେରିଆସିଛନ୍ତି । ଏହାପରେ ଏକ୍ସ ଆକାଉଣ୍ଟରେ ଘଟଣାରେ ଜୀବନ ହରାଇଥିବା ବ୍ୟକ୍ତିଙ୍କୁ ସମବେଦନା ଜଣାଇଛନ୍ତି ।ସାଉଥ ସୁପରଷ୍ଟାର ଥାଲାପତି ବିଜୟ ଦିଲ୍ଲୀ ବିସ୍ଫୋରଣକୁ ନେଇ ଚିନ୍ତା ପ୍ରକଟ କରିବା ସହିତ ଦୁଃଖ ପ୍ରକାଶ କରିଛନ୍ତି । ସେ ଏକ୍ସ ଆକାଉଣ୍ଟରେ ପୋଷ୍ଟ କରି ମ୍ତକଙ୍କ ପରିବାର ଏବଂ ପ୍ରିୟଜନଙ୍କୁ ଗଭୀର ସମବେଦନା ପ୍ରକାଶ କରିଛନ୍ତି । ଆଉ ଆହତଙ୍କୁ ଶୀଘ୍ର ସୁସ୍ଥ କାମନା କରିଛନ୍ତି ।ରିଦ୍ଧିମା କପୁର ମଧ୍ୟ ଦୁଃଖ ପ୍ରକାଶ କରିବା ସହିତ ପୋଷ୍ଟ କରିଛନ୍ତି ।