ଦଣ୍ଡନାଚ ପାଇଁ SOP ଜାରି, ଅଶ୍ଳୀଳ ଡ୍ୟାନ୍ସ ହେଲେ ଦୃଢ କାର୍ଯ୍ୟାନୁଷ୍ଠାନ

ଛତ୍ରପୁର : ଗଞ୍ଜାମ ଜିଲ୍ଲାରେ ଦଣ୍ଡନାଚ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଗଞ୍ଜାମ ପ୍ରଶାସନ ପକ୍ଷରୁ ଦଣ୍ଡନାଚ ପାଇଁ SOP ଜାରି କରାଯାଇଛି । ଧୂଳି ଦଣ୍ଡ ସମୟରେ ଅଶାଳୀନ ଓ ଦ୍ବିଅର୍ଥ ବୋଧକ ଶଦ୍ଦର ପ୍ରୟୋଗ ନିଷେଧ ହୋଇଛି । ରାତିରେ ମଞ୍ଚରେ କେବଳ ପାରମ୍ପରିକ କଳା ଅନୁମୋଦିତ ହେବ । ନାଚ ସମୟରେ ଅଶ୍ଳୀଳ ଡ୍ୟାନ୍ସକୁ ସମ୍ପୂର୍ଣ ନିଷେଧ କରାଯାଇଛି ।ଅଶ୍ଳୀଳ ଡ୍ୟାନ୍ସ ହେଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ପ୍ରତି ବ୍ଲକ, ମହାନଗର ନିଗମ କମିଶନର, ତହସିଲଦାର, ବିଡ଼ିଓ, ଥାନା ଅଧିକାରୀ ଓ କଳା ସଂସ୍କୃତି ସଂଘକୁ ନେଇ ଏକ କମିଟି ଗଠନ କରାଯାଇଛି । ଦ ଣ୍ଡ ନାଚ ପୂର୍ବରୁ ଦଣ୍ଡନାଚର ମୁଖ୍ୟ ପରିଚାଳକ ଜାରି କରାଯାଇଥିବା ସର୍ତ୍ତ ପୂରଣ ପରେ ମଧ୍ଯ ଥାନା ଅଧିକାରୀଙ୍କୁ ଅନୁମତି ନେବାକୁ ପଡ଼ିବ । SOP ଅବମାନନା କଲେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ । ଏନେଇ ଗଞ୍ଜାମ ଜିଲ୍ଲାପାଳଙ୍କ ପକ୍ଷରୁ ସୂଚନା ଜାରି କରାଯାଛି ।