ବିଜେପି ର ଭଞ୍ଜନଗର ସାଙ୍ଗଠନିକ ଜିଲ୍ଲା କମିଟି ଗଠିତ

ଭଞ୍ଜନଗର ୩୦/୧୨ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ବିଜେପି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ଭଞ୍ଜନଗର ସାଙ୍ଗଠନିକ ଜିଲ୍ଲା ସଭାପତି ଶ୍ରୀ ନୀଳମାଧଵ ପାତ୍ର ଆଜି ଜିଲ୍ଲା କମିଟି ଘୋଷଣା କରିଛନ୍ତି | କମିଟିରେ ସଭାପତିଙ୍କ ସହିତ ଆଠଜଣ ଉପସଭାପତି, ଆଠଜଣ ସମ୍ପାଦକ, ତିନିଜଣ ସାଧାରଣ ସମ୍ପାଦକ ଏବଂ ଜଣେ କୋଷାଧକ୍ଷ ସ୍ଥାନ ପାଇଛନ୍ତି |ରାଧାମୋହନ ସ୍ୱାଇଁ, ରାମଚନ୍ଦ୍ର ମିଶ୍ର, ସୁନୀଲ ପାଢ଼ୀ, ସମୀର ନାୟକ, ସୁଧୀର ଜେନା, ପ୍ରତିମା ମହାପାତ୍ର, ପ୍ରତିମା ସାହୁ, ଶ୍ରୁତି ସାହୁ ପ୍ରମୁଖ ଉପସଭାପତି ଭାବେ ମନୋନୀତ ହୋଇଥିବା ବେଳେ ସନ୍ତୋଷ ପାଳ, ବୁଲୁ ସ୍ୱାଇଁ ଏବଂ ସିମାଞ୍ଚଳ ସାହୁଙ୍କୁ ସାଧାରଣ ସମ୍ପାଦକ ଦାୟିତ୍ୱ ପ୍ରଦାନ କରାଯାଇଛି| ସେହିପରି ସମ୍ପାଦକ ଭାବେ ତାପସ ପ୍ରଧାନ, ମାନସ ଜେନା, ରାଧାମାଧବ ପରିଡା, ମିଥୁନ ନାୟକ, ଶାନ୍ତି ମଣ୍ଡଳ, ଗୀତାଞ୍ଜଳି ନାୟକ, ରେବତୀ ନାୟକ, ବର୍ଷା ନାୟକ ଏବଂ ବରୁଣ ସ୍ୱାଇଁଙ୍କୁ କୋଷାଧକ୍ଷ ମନୋନୀତ କରାଯାଇଛି |ଏହା ସହିତ ସତୁରୀ ସଦସ୍ୟ ବିଶିଷ୍ଟ ଜିଲ୍ଲା କାର୍ଯ୍ୟକାରିଣୀ ମଧ୍ୟ ଗଠନ କରାଯାଇଛି |ଜିଲ୍ଲା ପ୍ରଭାରୀ ଭଗବାନ ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଜିଲ୍ଲାର ସମସ୍ତ ବିଧାୟକ, ସାଂସଦଙ୍କ ସହିତ ଉଚିତ ବିଚାର ବିମର୍ଶ ପରେ ଏକ ସନ୍ତୁଳିତ ଏବଂ ପ୍ରଭାବଶାଳୀ କମିଟି ପ୍ରସ୍ତୁତ କରାଯାଇଥିବା ସୂଚନା ଦେଇଛନ୍ତି ଜିଲ୍ଲା ସଭାପତି | ଜିଲ୍ଲାର ସାଙ୍ଗଠନିକ କାର୍ଯ୍ୟକ୍ରମକୁ କେମିତି ତୃଣମୂଳ ସ୍ତରରେ ସଫଳତାର ସହିତ ସମ୍ପନ୍ନ କରାଯିବ ସେଥିପାଇଁ ସମସ୍ତ ସଦସ୍ୟଙ୍କୁ ନେଇ ଅତିଶୀଘ୍ର ଏକ ବୈଠକ ଆୟୋଜନ କରାଯିବ ବୋଲି ସଭାପତି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି |