ଜଗନ୍ନାଥ ପ୍ରସାଦ: ଘର ଆଗରୁ ଘରୋଇ ବସ ଚୋରି

ଜଗନ୍ନାଥ ପ୍ରସାଦ ୩୦/୧୨ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଜଗନ୍ନାଥପ୍ରସାଦ ରୁ ଏକ ଘରୋଇ ବସ ଚୋରି ହୋଇଯାଇଛି । ରାତି ପ୍ରାୟ ୧.୩୦ ସମୟରେ ବସ ଚୋରି ହୋଇଥବା ଜଗନ୍ନାଥପ୍ରସାଦ ଥାନାରେ ଅଭିଯୋଗ ହୋଇଛି । ଜଗନ୍ନାଥପ୍ରସାଦ ଅଞ୍ଚଳରେ ଗତ କିଛି ଦିନ ହେଲା ଚୋରଙ୍କ ଉପଦ୍ରଵ ବଢିଯାଇଛି । ଗତକାଲି ଅଳସୁ ଗ୍ରାମରେ ରାତିରେ ଚୋରି ଉଦ୍ୟମ କରୁଥିବା ବେଳେ ଚାରିଜଣ ଯୁବକଙ୍କୁ ଧରି ଗଛରେ ବାନ୍ଧିବା ସହ ପୋଲିସ କୁ ଜିମା ଦେଇଥିଲେ । ଗାଁଗାଁ ରେ ରାତି ଉଜାଗର ରହି ନିଜ ସୁରକ୍ଷା ଦେଉଛନ୍ତି । ଗତ ରାତିରେ ଜଗନ୍ନାଥପ୍ରସାଦ ହାଟପଦା ଅଞ୍ଚଳରେ ମାଲିକଙ୍କ ଘର ସମ୍ମୁଖରେ ଠିଆ ହୋଇଥିବା ମୁକ୍ତେଶ୍ଵର ନାମକ ଏକ ଘରୋଇ ମିନିବସ କୁ କେହି ନେଇଯାଇଛି । ବସ ଚୋରି ହେବା ଘଟଣା ପ୍ରଘଟ ହେବା ପରେ ଏହାକୁ ନେଉ ଚର୍ଚ୍ଚା ଜୋର ଧରିଛି ।