ଛିନତାଇ ଅଭିଯୋଗ ରେ ୩ ଗିରଫ

ଚୌଦ୍ଵାର (ଶିବବ୍ରତ ଦାସ) ଚୌଦ୍ଵାର ପୋଲିସ ଆଜି ଛିନତାଇ ଅଭିଯୋଗରେ ୩ଜଣ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନା ଅନୁଯାୟୀ ସନ୍ଧ୍ୟାରାଣୀ ପତି (୫୦) ତାଙ୍କ ସ୍ଵାମୀଙ୍କ ସହିତ ଲକ୍ଷ୍ମାନପୁର ଫେରୁଥିବା ବେଳେ ବିରୂପା ବ୍ୟାରେଜ ନିକଟରେ ଦୁଇ ଜଣ ଦୁର୍ବୃତ୍ତ ବାଇକ୍ ଯୋଗେ ଆସି ତାଙ୍କ ବେକରୁ ୨୩ ଗ୍ରାମର ଏକ ସୁନା ଚେନ୍ ଝାମ୍ପି ନେଇଯାଇ ଦୃତ ବେଗରେ ଜଗତପୁର ଆଡ ଚାଲିଯାଇଥିଲେ । ଏ ସମ୍ପର୍କରେ ଶ୍ରୀମତୀ ପତି ଚୌଦ୍ଵାର ଥାନା ରେ ଲିଖିତ ଅଭିଯୋଗ କରିଥିଲେ । ତାଙ୍କ ଏତଲା ଆଧାର ରେ ଚୌଦ୍ଵାର ପୋଲିସ ଚୌଦ୍ଵାର ପ୍ରବେଶ ଓ ପ୍ରସ୍ଥାନ ସ୍ଥାନ ଗୁଡିକରେ ଲାଗିଥିବା ସିସି ଟିଭି ଫୁଟେଜ୍ ଯାଞ୍ଚ କରି ଅଭିଯୁକ୍ତ ନେମାଳ ଥାନା ଅର୍ନ୍ତଗତ ବଳରାମପୁର ର ବିଶାଳ ମଲ୍ଲିକ କୁ ଗିରଫ କରିବା ସହିତ ସଂପୃକ୍ତ ଦୁଇ ଅଳଙ୍କାର ଦୋକାନ ମାଲିକ ପ୍ରଭାକର ସାମନ୍ତ ଓ ହରେକୃଷ୍ଣ ସାହୁ କୁ ଗିରଫ କରିଛି। ଏମାନଙ୍କ ଠାରୁ ସର୍ବମୋଟ ୯୭ ଗ୍ରାମ ର ୭ଟି ସୁନା ଚେନ୍ ଓ ଏଥିରେ ବ୍ୟବହୃତ ଏକ ବାଇକ ଜବତ କରାଯାଇଛି ।