ନୂଆପଡ଼ା: ଯୁବକଙ୍କୁ ଛୁରାମାଡ ଥାନାରେ ଅଭିଯୋଗ

ନୂଆପଡ଼ା (ପରମେଶ୍ୱର ମେହେର, ନୂଆପଡ଼ା ଜିଲ୍ଲା ପ୍ରତିନିଧି): ନୂଆପଡ଼ା ଜିଲ୍ଲା ସିନାପାଲି ଥାନା କାପସି ଗ୍ରାମର ଜଣେ ଯୁବକ ଙ୍କୁ ଛୁରା ମାଡ ହୋଇଥିବା ସିନାପାଲି ଥାନାରେ ଅଭିଯୋଗ ହୋଇଛି। ଛୁରା ମାଡ ପରେ ଯୁବକ ଜଣକ ଗୁରୁତ୍ୱର ହୋଇ ପଡିଛନ୍ତି। ଗୁରୁତ୍ୱର ଯୁବକ ହେଲେ କାପସି ଗ୍ରାମର ଶମ୍ଭୁ ପ୍ରସାଦ ମାଝି। ଅଭିଯୋଗ ଅନୁସାରେ ଗତ ୨୯ତାରିଖ ଶମ୍ଭୁ ଓ ଆଳୋକ ଦାସ ମଧ୍ଯ ରେ ଏକ ବାଇକ କିଣାବିକା କାଗଜପତ୍ର ନେଇ କଥା କଟାକଟି ହୋଇଥିଲା। ସେଠୁ ଆଳୋକ ଏକ ଛୁରିରେ ଶମ୍ଭୁ କୁ ଆକ୍ରମଣ କରି ଲହୁଲୁହାଣ କରିଥିଲା। ରକ୍ତାକ୍ତ ଅବସ୍ଥାରେ ଶମ୍ଭୁ ନିଜ ବଡଭାଇ ଦୁର୍ଯ୍ୟୋଧନ ମାଝି ଙ୍କୁ ଫୋନକରି ଘଟଣା ବାବଦରେ କହି ଡାକିଥିଲା। ସେଠୁ ଦୁର୍ଯ୍ୟୋଧନ ଭାଇର ରକ୍ତାକ୍ତ ଅବସ୍ଥା ଦେଖି ତୁରନ୍ତ ଚିକିତ୍ସା ପାଇଁ ସିନାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନେଇଥିଲେ। ହେଲେ ତାଙ୍କ ଦେହ ଅଧିକ ସଙ୍କଟାପନ୍ନ ଥିବାରୁ ଭବାନିପାଟଣା ଚିକିତ୍ସା କେନ୍ଦ୍ର କୁ ସ୍ଥାନାନ୍ତର କରାଗଲା। ଏବେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ୍ ଥିବା ପରିବାର ପକ୍ଷରୁ ଜଣାପଡିଛି। ଏହି ଘଟଣା ନେଇ ବଡ଼ ଭାଇ ଦୁର୍ଯ୍ୟୋଧନ ମାଝି ସିନାପାଲି ଥାନାରେ ଅଭିଯୋଗ କରିଥିବା ସୁଚନା ମିଲିଛି। ଏନେଇ ସିନାପାଲି ଥାନାରେ ଏକ ମାମଲା ରୁଜୁ ହୋଇଛି। କିନ୍ତୁ ଏପର୍ଯ୍ୟନ୍ତ ଅଭିଯୁକ୍ତ ଙ୍କ ଉପରେ କୌଣସି ପ୍ରକାର ଆଖିଦିଶିଆ ପଦକ୍ଷେପ ପ୍ରଶାସନ ପକ୍ଷରୁ ନେଇନଥିବା ଯୋଗୁ ଅଭିଯୋଗକାରୀ ଙ୍କ ପରିବାର ଅସନ୍ତୁଷ୍ଟ ପ୍ରକାଶ କରୁଛନ୍ତି।