ନୂଆପଡ଼ାରେ ସି ଏମ ଟ୍ରଫି କବାଡି ପ୍ରତିଯୋଗିତା ନିମନ୍ତେ ଚୟନ ପ୍ରକ୍ରିୟା ଆରମ୍ଭ

ନୂଆପଡା, ତା ୦୬/୦୨ (ପରମେଶ୍ୱର ମେହେର, ନୂଆପଡ଼ା ଜିଲ୍ଲା ପ୍ରତିନିଧି): ନୂଆପଡା ସ୍ଥିତ ପି ଏମ ଶ୍ରୀ ନେସନାଲ ଉଚ୍ଚ ବିଦ୍ୟାଳୟରେ ସି ଏମ ଟ୍ରଫି କବାଡି ପ୍ରତିଯୋଗୀତl ନିମନ୍ତେ ଚୟନ ପ୍ରକ୍ରିୟା ଆରମ୍ଭ ହୋଇ ଯାଇଛି l ଉକ୍ତ ଚୟନ ପ୍ରକ୍ରିୟାରେ ଜିଲ୍ଲାର ସମସ୍ତ ବ୍ଲକରୁ ଏବଂ ସମସ୍ତ ବିଜ୍ଞାପିତ ଅଂଚଳ ପରିଷଦରୁ ବାଳକ ବିଭାଗରେ 205 ଜଣ ଓ ବାଳିକା ବିଭାଗରେ 94 ଜଣ କବାଡି ଖେଳାଳୀ ଅଂଶ ଗ୍ରହଣ କରିଥିଲେ l ନେସନାଲ ଉଚ୍ଚ ବିଦ୍ୟାଳୟ ପରିସରରେ ଥିବା ଖେଳ ଇଣ୍ଡିଆ କବାଡି ସେଣ୍ଟରରେ ଏହି ଚୟନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା l ଖେଳlଳୀ ମାନଙ୍କୁ ଉତ୍ସାହିତ କରିବା ନିମନ୍ତେ ଜିଲ୍ଲାର ବିଶିଷ୍ଟ କ୍ରୀଡାବିତ୍ ତଥା ଜିଲ୍ଲା କ୍ରିକେଟ ଏସୋସିଏସନ ର ସମ୍ପାଦକ ତଥା ଓସିଏର ଉପସଭାପତି ଭୈରବ ସାହୁ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା, ଜିଲ୍ଲା ସଂସ୍କୃତି ଅଧିକାରୀ ରମେଶ କୁମାର ମହରା, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରମାକାନ୍ତ ବିଶ୍ୱାସ, ନେସନାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୋଲାପ ଚନ୍ଦ୍ର ସାହୁ, ସମାଜସେବି ଶ୍ରୀମତୀ ଯାଜ୍ଞସେନି ମହାପାତ୍ର, ଶ୍ରୀମତୀ ପ୍ରତିଭା ହୋତା ପ୍ରମୁଖ ଯୋଗ ଦେଇଥିଲେ l ମହତାବ ଆଡଜୁଆଡ଼, ମୋହନ କୁମାର ମହନ୍ତ, ଅନିଲ ରାଉତ, ସୁରୁବାବୁ ପ୍ରଧାନ, ଭରତ ପ୍ରଧାନ, ଶ୍ରୀମତୀ ନିରୁପମା ପଟେଲ, କୁମlରୀ ରିଙ୍କି ଦଣ୍ଡସେନା, ଚମନଲାଲ ରାଉତ ଇତ୍ୟାଦି ସମସ୍ତ ଖେଳ ଶିକ୍ଷକ ମାନେ ଚୟନ ପ୍ରକ୍ରିୟାକୁ ସୁଚାରୁରୂପେ କାର୍ଯ୍ୟକାରୀ କରିଥିଲେ l ଆଜିର ଏହି ଚୟନ ପ୍ରକ୍ରିୟାରୁ 16 ବର୍ଷରୁ କମ ବାଳକ ବିଭାଗରେ 10ଗୋଟି ଦଳ ଓ 16 ବର୍ଷରୁ କମ ବାଳିକା ବିଭାଗରେ 6 ଗୋଟି ଦଳ ଚୟନ କରାଯିବ ଏବଂ ଏହି ଦଳ ମlନେ ଆଗାମୀ ଫାଇନାଲରେ ହେବାକୁ ଥିବା ସି ଏମ ଟ୍ରଫି କବାଡି ପ୍ରତିଯୋଗୀତା ରେ ଭାଗ ନେବେ l ପ୍ରକାଶ ଥାଉକି ଏହି ଜିଲ୍ଲାର କବାଡ଼ି ଖେଳଳୀ ମାନେ ପ୍ରତି ବର୍ଷ ଓଡିଶା ରାଜ୍ୟକୁ ପ୍ରତିନିଧିତ୍ୱ କରି ଜାତୀୟ ସ୍ତରରେ ଭାଗ ନେଉଛନ୍ତି l ଜିଲ୍ଲା କ୍ରୀଡା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ବଢେଇ ପ୍ରକାଶ କରିଛନ୍ତି ଯେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ସଠିକ ମାର୍ଗଦର୍ଶନରେ ଅନୁପ୍ରାଣିତ ହୋଇ ଚଳିତ ସି ଏମ ଟ୍ରଫି କବାଡି ରେ ଉଚ୍ଚତର ଖେଳ ପ୍ରଦର୍ଶନ କରି ଜିଲ୍ଲା ପାଇଁ ଏମାନେ ନିଶ୍ଚୟ ପ୍ରଶଂସା ଆଣିବେ l ଜିଲ୍ଲାର ସମସ୍ତ ବରିଷ୍ଠ କ୍ରୀଡାବିତ୍ ଓ ଆୟୋଜକ ମାନେ ଖେଳାଳୀ ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି l ଆଜିବଏହି ଅବସରରେ ଜିଲ୍ଲା କ୍ରୀଡା ଅଧିକାରୀ ଜିଲ୍ଲାର ସମସ୍ତ ରେଜିଷ୍ଟ୍ରୀଭୁକ୍ତ ଖୋ ଖୋ, ଫୂଟବଲ ଓ ଭଲିବଲ୍ ଖେଳାଳୀ ମାନଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଯେ ଅଳ୍ପ ଦିନ ମଧ୍ୟରେ ଅନ୍ୟ ତିନି ଗୋଟି ଖେଳର ଚୟନ ପ୍ରକ୍ରିୟା ଆରମ୍ଭ ହେବ l ସେଥିପାଇଁ ରେଜିଷ୍ଟ୍ରିଭୁକ୍ତ ଖେଳାଳୀ ମାନେ ପ୍ରସ୍ତୁତ ହୋଇ ରହିବାକୁ ସେ ଅନୁରୋଧ କରିଛନ୍ତି l