ପି ଏମ ଶ୍ରୀ ବାହାଡାପଦର ନୋଡାଲ ଉଚ୍ଚ ବିଦ୍ୟାଳୟରେ ବସ୍ତାନି ମୁକ୍ତ କାର୍ଯ୍ୟକ୍ରମ

ଭଞ୍ଜନଗର ୧୭/୦୨ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଛାତ୍ରଛାତ୍ରୀଙ୍କ ମାନସିକ ଦକ୍ଷତା, ଚାପମୁକ୍ତ ପାଠ୍ୟ, ପ୍ରଫୁଲ୍ଲିତ ମନ ଓ ଲୁକ୍କାୟିତ ପ୍ରତିଭାକୁ ବିକଶିତ କରିବା ସହ ବର୍ଜ୍ୟ ବସ୍ତୁକୁ ନେଇ ଶିକ୍ଷଣୀୟ ସାମଗ୍ରୀ, ହାତ ତିଆରୀ ଖେଳଣା ଉପରେ ଏକ କାର୍ଯ୍ୟକ୍ରମ ପ୍ରଧାନଶିକ୍ଷକ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥିଭାବେ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟ ଅଧ୍ୟକ୍ଷ ଡ. ଦିଲ୍ଲୀପ କୁମାର ଖୁଣ୍ଟିଆ, ଅତିଥିଭାବେ ଜଗବନ୍ଧୁ ଜେନା, ସନ୍ତୋଷ କୁମାର ଜେନା, ସୁରେନ୍ଦ୍ର କୁମାର ଗୌଡ଼ ଯୋଗ ଦେଇ ଏହାର ଆବଶ୍ୟକ ଓ ଉପକାରିତା ଉପରେ ବକ୍ତବ୍ୟ ରଖିଥିଲେ l ଛାତ୍ରଛାତ୍ରୀଙ୍କ ପ୍ରକଳ୍ପ ଗୁଡିକୁ ଅତିଥିମlନେ ବୁଲିଦେଖି ପ୍ରଶଂସା କରିଥିଲେ l ପ୍ରକଳ୍ପ ପ୍ରସ୍ତୁତ କରିଥିବା ଛାତ୍ରଛାତ୍ରୀଙ୍କୁ ପ୍ରଶଂସା ପତ୍ର ସହ ଟ୍ରଫି ପ୍ରଦାନକରି ଉତ୍ସାହିତ କରାଯାଇଥିଲା l ସମସ୍ତ କାର୍ଯ୍ୟକ୍ରମକୁ ବରିଷ୍ଠ ଶିକ୍ଷକ ହୃଷିକେଶ ନାୟକ ସଂଯୋଜନା କରିଥିବାବେଳେ ଶିକ୍ଷକ ସଚ୍ଚିଦାନନ୍ଦ ପ୍ରଧାନ ଧନ୍ୟବାଦ ପ୍ରଦାନ କରିଥିଲେ l ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ରହିଥିଲେ l