
ଚୌଦ୍ୱାର (ଶିବବ୍ରତ ଦାସ ) କଂଗ୍ରେସ ଦଳ ର ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ କାହ୍ନୁ ଚରଣ ଲେଙ୍କା ଙ୍କ ସ୍ମୃତିରେ ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱ ଥିବା ଟାଙ୍ଗୀ ହନୁମାନ ମନ୍ଦିର ରେ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇ ଯାଇଛି l କଂଗ୍ରେସ ଯୁବ ନେତା ତଥା ସମାଜ ସେଵୀ ହରିବନ୍ଧୁ ଶତପଥି ଙ୍କ ଅଧ୍ୟକ୍ଷତା ରେ ସ୍ମୃତି ସଭା ଆୟୋଜିତ ହୋଇଥିଲା l ସ୍ବର୍ଗତଃ କାହ୍ନୁ ଚରଣ ଲେଙ୍କା ଟାଙ୍ଗୀ ଚୌଦ୍ୱାର ପ୍ରତି ଥିବା ଅବଦାନ ଓ ଦୂରଦର୍ଶି ଚିନ୍ତାଧାରା ବିଷୟରେ ବକ୍ତା ମାନେ ବକ୍ତବ୍ୟ ଦେଇଥିଲେ l
ଏଥି ସହିତ ୧୯୩୯ ମସିହାରେ ଜନ୍ମଗ୍ରହଣ କରିଥିବା କାହ୍ନୁଚରଣ ୧୯୫୭ରେ କଂଗ୍ରେସରେ ସାମିଲ ହୋଇଥିଲେ। ୧୯୮୮ରୁ ୧୯୯୫୪ ପର୍ୟ୍ୟନ୍ତ ରାଜ୍ୟସଭା ସଦସ୍ୟ ରହିଥିଲେ। ଏହାସହ କେନ୍ଦ୍ର ସରକାରରେ ରେଳ ଓ କୃଷି ବିଭାଗରେ ରାଷ୍ଟ୍ରମନ୍ତ୍ରୀ ଥିଲେ। ୧୯୯୫ ବିଧାନସଭା ନିର୍ବାଚନରେ ଚୌଦ୍ୱାରରୁ ନିର୍ବାଚିତ ହୋଇଥିଲେ। ଓଡ଼ିଶା ରାଜନୀତିରେ ତାଙ୍କର ଯୋଗଦାନ ଅବିସ୍ମରଣୀୟ ରହିଛି। ଏହି କାର୍ଯ୍ୟକ୍ରମ ରେ କଂଗ୍ରେସ ର ବରିଷ୍ଠ କର୍ମୀ ସେକ ସଲିମ,ଯୁବ ସଂଗଠକ ମନୋଜ ଖିଲାର,କ୍ଷେତ୍ରବାସୀ ସ୍ୱାଇଁ, ମାୟାଧର ନାୟକ,କୈଳାଶ ସାହାଣୀ,ବଂଶୀଧର ମହାନ୍ତି, ବିଜୟକୁମାର ସାହା,ନିମେଇ ରାଉତରାୟ,ପ୍ରକାଶ ମଲ୍ଲିକ, ଡ଼ କାର୍ତିକ ବରାଳ ଙ୍କ ସମେତ ବହୁ କଂଗ୍ରେସ କର୍ମୀ ସଭାରେ ଯୋଗ ଦେଇଥିଲେ l