ସିନାପାଲିରେ “ଉଦନ୍ତୀ ମହୋତ୍ସବ ୨୦୨୬” ପାଳନ ପାଇଁ ପୁସ୍ତୁର୍ତି ଜୋରଦାର, ଏନେଇ ଉତ୍ସାହିତ ଅଞ୍ଚଳବାସୀ

ନୂଆପଡା (ପରମେଶ୍ୱର ମେହେର, ନୂଆପଡ଼ା ଜିଲ୍ଲା ପ୍ରତିନିଧି): ନୂଆପଡା ଜିଲ୍ଲା, ସିନାପାଲି ପିଏମଶ୍ରୀ ହାଇସ୍କୁଲ ପଡିଆରେ ଆସନ୍ତା ମାର୍ଚ୍ଚ ୨୭-୨୮-୨୯ ତିନିଦିନ ବ୍ୟାପିପାଳନହେବାକୁଥ‌ିବା “ଉଦନ୍ତୀ ମହୋତ୍ସବ ୨୦୨୬” ପାଇଁ ପ୍ରସ୍ତୁତି ଯୁଦ୍ଧକାଳୀନ ଭିତ୍ତରେ ଆଗେଇ ଚାଲିଥିବା ବେଳେ, ଏନେଇ ଅଞ୍ଚଳର ଜନସାଧାରଣ ବହୁତ ଉତ୍ସାହିତ ଜଣାପଡୁଛନ୍ତି। ଐତିହାସିକ ଉଦନ୍ତୀ ମହୋତ୍ସବ ସିନାପାଲି ଅଞ୍ଚଳର ପ୍ରାଣବିନ୍ଦୁ ଅଟେ। ଏହି ମହୋତ୍ସବ ବିଗତ ୨୦୦୬ ମସିହାରେ ଜନ୍ମଲାଭ କରି, ବିଭିନ୍ନ ଅନୁଭୂତିକୁ ସାଉଁଟି ୨୦୨୬ ରେ ସଫଳତା ସହ ପଦାପର୍ଣ କରିଛି। ଏହି ଐତିହାସିକ ଯାତ୍ରାର ସବୁ ଶ୍ରେୟ ଯିବ ନିଷ୍ଠାପର ଭାବେ କାର୍ଯ୍ୟରତକର୍ମକର୍ତ୍ତା,ତନ,ମନ,ଧନ ସହକାରେ ଏହି କାର୍ଯ୍ୟକ୍ରମକୁ ସହଯୋଗ କରୁଥିବା ଶତାଧ‌ିକ ସୁଭେଚ୍ଛୁ ଏବଂ ଅଗଣିତ ଦର୍ଶକ ମାନଙ୍କୁ ।ମହୋତ୍ସବଅଞ୍ଚଳର କଳା,ସାହିତ୍ୟ,ସଂସ୍କୃତି,ପରମ୍ପରା,ଐତିହ୍ୟ,ଲୋକକଳା,ଲୋକଗୀତାକୁ ବିଶ୍ବ ଦରବାରରେ ପ୍ରଚାର, ପ୍ରସାର କରି ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ଏହି ମହୋତ୍ସବ ମାଧ୍ୟମରେ ଅଞ୍ଚଳ ତଥା ଅଞ୍ଚଳ ବାହାର ର କବି, ଲେଖକ, ଗାଳ୍ପିକ, ସାହିତ୍ୟିକ, ସ୍ବାଧୀନତା ସଂଗ୍ରାମୀ ତଥା ପ୍ରତିଭାଶାଳୀ ବ୍ୟକ୍ତିତ୍ଵ ମାନଙ୍କୁ ସମ୍ମାନୀତ କରିବା ସହିତ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ କରି ଜନମାନସକୁ ଯୋଡିବାର ପ୍ରୟାସ କରାଯାଇଥାଏ । ଉଦନ୍ତୀ ମହୋତ୍ସବ ୨୦୨୬ ପାଳନ ପାଇଁ ନୂତନ କମିଟି ଗଠନ କରାଯଇଥିବା ବେଳେ, ସଭାପତି ରୁପେ ପ୍ରିୟ ରଞ୍ଜନ ମେହେର (ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ)ଙ୍କୁ ଗୁରୁଦାଇତ୍ବ ଦିଆଯାଇଛି । ସମ୍ପାଦକ ରୁପେ ସୂରଜ କୁମାର ମେହେର, ଉପସଭାପତି ରୁପେ ଅଜିତ କୁମାର ଯୋଷୀ, ରଜନୀକାନୁ ମାଝୀ, ମନୋରଞ୍ଜନ ମେହେର ଏବଂ ସାହସମ୍ପାଦକ ରୁପେ ଜିତେନ୍ଦ୍ର ମେହେର, ସୁଶାନୁ ନାୟକ, ବଂଶୀଧର ଜଗତ, କୋଷାଧକ୍ଷ ରୁପେ ଦିବ୍ୟ ରଞ୍ଜନ ନାୟକଙ୍କୁ ସର୍ବ ସମ୍ମତି କ୍ରମେ ଚୟନ କରାଯାଇଛି । ଏହା ସହ ମହୋତ୍ସବକୁ ମହାଆଡମ୍ବର ସହିତ ସୃଙ୍ଖଳିତ ରୁପେ ପାଳନ କରିବାପାଇଁ ବିଭିନ୍ନ ଉପକମିଟି ମଧ୍ଯ ଗଠନ କରାଯଇଛି । ଚଳିତ ବର୍ଷ ଯୁବପିଢ଼ିଙ୍କୁ ଗୁରୁଦାଇତ୍ବ ମିଳିଥିବାରୁ ସେମାନଙ୍କ ମଧ୍ୟରେ ଅନେକ ଉତ୍ସାହ ଦେଖ‌ିବାକୁ ମିଳିଛି । ପ୍ରସ୍ତୁତି ବୈଠକରେ ମହୋତ୍ସବ କମିଟିର ବରିଷ୍ଠ ଉପଦେଷ୍ଟା ନୀଳମଣି ମେହେର, ବୈଷମ୍ପାୟାନ ମେହେର,ଦମ୍ବରୁଧର ମେହେର, ନାରାୟଣ ପାତ୍ର, ଶଶୀଭୁଷଣ ମାଝୀ, ନନ୍ଦ କୁମାର ପାତ୍ର, ବାମଦେବ ଦାସ ଉପସ୍ଥିତି ରହି ମାର୍ଗଦର୍ଶନ କରିଥିଲେ । ମହୋତ୍ସବ ପାଳନ କମିଟିର ବରିଷ୍ଠ କର୍ମକର୍ତ୍ତା ରବୀନ୍ଦ୍ର ନାଥ ଯୋଷୀ, ନୀଳାଞ୍ଚଳ ମେହେର, ଶିବ ପ୍ରସାଦ ମେହେର, ଗୌତମ ମେହେର, ସାନୁର୍ଯ୍ୟ ମେହେର, ସୁବାସ ସାହୁ, ଅତୁଳ ପାତ୍ର, ରାହୁଲ ରଣା, ସନ୍ତୋଷ ବାଗ, ନରେଶ ମାଝୀ, ଦୀପକ ସା, ପ୍ରଦ୍ୟୁମ୍ନ ସିଂ ଚିନ୍ଦା, ରଞ୍ଜନ ସା, ଜିତେନ୍ଦ୍ର ମେହେର, ଦୋଳାମଣୀ ମେହେର, ବେଣୁଧର ମେହେର, ପ୍ରଭାତ ମେହେର, ଅବତାବ ଖାଁନ୍, ସଞ୍ଜୟ ଦଣ୍ଡସେନା, ନୀତିଶମେହେର, ଦୀପକସା, ହରେକୃଷ୍ଣମେହେର, ଗଣେଶମେହେର,ମନୋଜ ଜଗତ, ପ୍ରସନ୍ନ ମାଝୀ, ପ୍ରଦୀପ ପ୍ରଧାନ, ମନୀଷ ପଟେଲ, ସନ୍ତୋଷ ନାୟକ, ଯୀଶୁ ବୈଠରୁ, ପ୍ରମୋଦମେହେର, ହୃଦାନନ୍ଦ ମେହେର, କୃଷ୍ଣପାଣ୍ଡେ, ଲକ୍ଷ୍ମୀକାନ୍ଧ ହଂସ, ରିଖୁରାମବାଗ, ବନମେହେର, ବାଦଲମେହେର, ଦୀନେଶମେହର ସା, ପ୍ରସନ୍ନସାହୁ, ସରପଞ୍ଚଉଦିତଖରସେଲ, ମଦନଦଣ୍ଡସେନା, ଗଣେଶରାମ ପୋଡ଼ ସହ ଶତାଧୂକ ବ୍ୟକ୍ତି ବିଶେଷ ଉପସ୍ଥିତ ରହି ନିଜନିଜ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ ।