ଦୋଳ ପୁର୍ଣ୍ଣିମାରେ “ଘୁମୁସର ର ସ୍ବର” ପକ୍ଷରୁ ୧୫୯ ତମ ସାହିତ୍ୟ ଆଲୋଚନା ଚକ୍ର

ଭଞ୍ଜନଗର: ୦୩/୦୩ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ପବିତ୍ର ଦୋଳ ପୂର୍ଣ୍ଣିମା ଅବସରରେ ଓଡ଼ିଆ ଭାଷା ସାହିତ୍ୟ କଳା ଓ ସଂସ୍କୃତି ଗବେଷଣା ପ୍ରତିଷ୍ଠାନ ‘ଘୁମୁସର ର ସ୍ବର’ ବାଲିପଦର ପକ୍ଷରୁ ୧୫୯ତମ ସାହିତ୍ୟ ଆଲୋଚନା ଚକ୍ର ଓ କବିତା ଆସର ବାଲିପଦର ଅନନ୍ତ ନଗ୍ର ଠାରେ ଅନୁଷ୍ଠିତ ହୋଇ ଯାଇଛି। ପ୍ରତିଷ୍ଠାନର ସଭାପତି ଡ.ବି.ପ୍ରକାଶ ଚନ୍ଦ୍ର ପାତ୍ର ପୌରହିତ୍ଯ କରିଥିବା ବେଳେ ଅତିଥି ଭାବେ କବି ପଦ୍ମଲୋଚନ ଗୌଡ଼, କେ. ରାଘବ ପାତ୍ର, କୈଳାସ ଚନ୍ଦ୍ର ପ୍ରଧାନ, ଖଲି ପରିଡା, ତ୍ରୀପତି ନାୟକ ପ୍ରମୁଖ ଯୋଗଦେଇ ଶ୍ରୀଚୈତନ୍ୟ ମହାପ୍ରଭୁଙ୍କ ଜନ୍ମ ଜୟନ୍ତୀ ରେ ତାଙ୍କ ଜୀବନୀ ସମ୍ପର୍କରେ ଆଲୋଚନା କରିବା ସହ ହରେକୃଷ୍ଣ ହରେ ରାମ ମହାମନ୍ତ୍ର ହିଁ କଳିଯୁଗର ମଣିଷ ମନକୁ ଆୟତ କରି ପାରିବ। ସଂପ୍ରତି ସଂଘଟିତ ମଧ୍ଯ ପ୍ରାଚ୍ୟ ଦେଶରେ ସ୍ରୁଷ୍ଟି ହୋଇଥିବା ଯୁଦ୍ଧର ପରିସ୍ଥିତି ଆଧ୍ଯାତ୍ମିକତା ଓ ସ୍ଥିତପ୍ରଜ୍ଞର ଅଭାବ କାରଣରୁ ଘଟୁଛି ଏଣୁ ସଂଯମତା ଆବଶ୍ଯକ ହୋଇ ପଡିଛି। ସେହି କାରଣରୁ ୧୫୦ କୋଟି ଭାରତବାସିଙ୍କ ମନରେ ଶାନ୍ତି ବଜାୟ ରହିଛି ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ। ଶେଷରେ ଦୋଷ ଚନ୍ଦ୍ର ଗ୍ରହଣ କାରଣରୁ କେତୋଟି ଦୀର୍ଘ କବିତା ଆବୃତ୍ତି କରାଯାଇ ଥିଲା।
ଅନୁଷ୍ଠାନ ପକ୍ଷରୁ ରାଘବ ଚରଣ ପାତ୍ର ଧନ୍ଯବାଦ ଅର୍ପଣ କରିଥିଲେ।