
ବେଲଗୁଣ୍ଠା (ବିନାୟକ ଗୌଡ଼): ଭଞ୍ଜନଗର – ବେଲଗୁଣ୍ଠା ମୁଖ୍ୟ ରାସ୍ତା କଡ଼ରୁ ଗଳିତ ମୃତ ଦେହ ଉଦ୍ଧାର ହୋଇଛି । ତନରଡା ନିକଟବର୍ତ୍ତୀ ଏକ ଜମିରୁ ଏହି ମୃତ ଦେହ ଉଦ୍ଧାର ହୋଇଛି । ମୃତ ଦେହଟି ଦୁଇ ଦିନ ହେବ ଏଠାରେ ପଡ଼ିଥିବା ସ୍ଥାନୀୟ ଲୋକେ କହିଛନ୍ତି । କେହି ହତ୍ୟା କରି ଏଠାରେ ମୃତ ଦେହ ଫିଙ୍ଗିଥିବା ଅନୁମାନ କରାଯାଉଛି ।
ସୂଚନା ଯୋଗ୍ୟ ଆଜି ସକାଳୁ ପଡିରହିଥିବା ମୃତ ଦେହକୁ ଦେଖି ଓଡ଼ିଶା ଟୁଡେ ଖବରଦାତା ବିନାୟକ ଗୌଡ଼ ବେଲଗୁଣ୍ଠା ଥାନା ଅଧିକାରିଣୀ ରେବତୀ ଶବରଙ୍କୁ ସୂଚନା ଦେଇଥିଲେ । ଘଟଣା ସ୍ଥଳରେ ବେଲଗୁଣ୍ଠା ଥାନା ଅଧିକାରିଣୀ ପୋଲିସ ଟିମ୍ ସହ ପହଞ୍ଚି ମୃତ ଦେହକୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଥିବା ବେଳେ ମୃତ ଦେହର ପରିଚୟ ଅସ୍ପଷ୍ଟ ରହିଛି ।