ରାଜ୍ୟସଭା ନିର୍ବାଚନ ରେ କ୍ରସ ଭୋଟିଙ୍ଗ ପାଇଁ ବିଜେଡି ବାଲିଗୁଡା ବିଧାୟକ ଚକ୍ରମଣୀ କହଁରଙ୍କ କୁଶ ପୁତ୍ତଳିକା ଦାହ କଲେ ଯୁବ ବିଜେଡି ଓ ଛାତ୍ର ବିଜେଡି

ଫୁଲବାଣୀ ୧୭/୦୩ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀ ବିଜୁ କଲ୍ୟାଣ ମଣ୍ଡପ ରେ ଏକ ବିରୋଧୀ ସଭା ର ଆୟୋଜନ କରି ବିଧାୟକ ଚକ୍ରମଣି କହଁରଙ୍କ କୁଶପୁତ୍ତଳିକା ଦାହ କରିଥିଲେ। ଚକ୍ରମଣି ବିଜେଡି ସୁପ୍ରିମୋଙ୍କ ର ନିର୍ଦ୍ଦେଶ ଓ ହ୍ଵିପ କୁ ବି ମାନି ନ ଥିଲେ। ଏପରିକି ଦଳୀୟ ଭୋଟିଙ୍ଗ ଦେବା ତାଲିମ କୁ ମଧ୍ୟ୍ୟ ଗଲେ ନାହିଁ। ରାଜଧାନୀରେ କେଉଁଠି ଲୁଚିଲେ ଯେ କେହି ପାଇଲେ ନାହିଁ। ଶେଷରେ କ୍ରସ ଭୋଟିଙ୍ଗ ଭୋଟ ଦେଲେ । ବାଲିଗୁଡାରେ ମଧ୍ୟ୍ୟ ହଜାର ହଜାର ଦଳୀୟ କର୍ମୀ ଚକ୍ରମଣି କହଁର ଙ୍କ ଦଳବିରୋଧୀ କାର୍ଯ୍ୟ ଯୋଗୁଁ ଘୋର ଅସନ୍ତୋଷ ପ୍ରକାଶ କରିଛନ୍ତି ।