ନବରଙ୍ଗପୁର : ଉତ୍କଳ ଦିବସ ନିମନ୍ତେ ପ୍ରସ୍ତୁତି ବୈଠକ

ନବରଙ୍ଗପୁର : ୧୭/୦୩ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ସ୍ଥାନୀୟ ତୃପ୍ତି ଲଜ ସମ୍ମିଳନୀ କକ୍ଷରେ ଉତ୍କଳ ପରିଷଦ ପକ୍ଷରୁ ପରିଷଦର ସଭାପତି ବିଜୟ ଚୌଧରୀ ଙ୍କ ସଭାପତିତ୍ଵ ରେ ଉତ୍କଳ ଦିବସ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଟିତ ହୋଇଯାଇଛି । ପ୍ରତିବର୍ଷ ଭଳି ଏହି ବର୍ଷ ମଧ୍ୟ ମହାସମାରୋହରେ ଉତ୍କଳ ଦିବସ ପାଳନ କରିବାକୁ ବୈଠକ ରେ ନିଷ୍ପତ୍ତି ନିଆଗଲା। ଉକ୍ତ ନିଷ୍ପତ୍ତି ଅନୁଯାଇ ଉତ୍କଳ ଦିବସ ଦିନ ସଦର ମହକୁମାସ୍ଥିତ ମହାପୁରୁଷ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରାଯିବ ତତସଂଗେ ଉକ୍ତ ଦିନ ବନ୍ଦେ ଉତ୍କଳ ଗାନ ସମେତ ସମସ୍ତ ସଭ୍ୟ ଏବଂ ନିମନ୍ତ୍ରିତ ଅତିଥିଗଣ ପାରମ୍ପରିକ ବସ୍ତ୍ର ପରିଧାନ କରିବେ ବୋଲି ନିଷ୍ପତ୍ତି ଗ୍ରହଣ କରାଗଲା। ଶେଷରେ ସ୍ବାଧୀନ ଭାରତରେ ଉତ୍କଳ ପ୍ରଦେଶର ଭୂମିକା ଉପରେ ଆଧାରିତ ଏକ କବିତା ପାଠ ଉତ୍ସବ ପାଳନ କରିବା ନିମନ୍ତେ ସର୍ବ ସମ୍ମତି କ୍ରମେ ନିଷ୍ପତି ଗ୍ରହଣ କରାଗଲା । ଉତ୍କଳ ଦିବସ କାର୍ଯ୍ୟକ୍ରମ ର ଅତିଥି ଭାବରେ ସ୍ତାନୀୟ ବିଧାୟକ ଗୌରୀଶଙ୍କର ମାଝୀ ସମେତ ଜିଲାର ମାନ୍ୟଗଣ ବ୍ୟକ୍ତିବିଶେଷଙ୍କୁ ନିମନ୍ତ୍ରଣ କରିବା ନିମନ୍ତେ ନିଷ୍ପତ୍ତି ଗ୍ରହଣ କରାଗଲା । କାର୍ଯକ୍ରମ ସୁଚାରୁରୂପେ ପରିଚାଳନା କରିବା ନିମନ୍ତେ ଏକ କମିଟି ଗଠନ କରାଗଲା । ବୈଠକ ରେ ଅନ୍ୟ ମାନଙ୍କ ମଧ୍ୟରେ ଉତ୍କଳ ପରିଷଦ ର ଉପଦେଷ୍ଟା ତଥା ବିଶିଷ୍ଠ ସମାଜ ସେବି ଜଗନ୍ନାଥ ମହାପାତ୍ର , ଉପସଭାପତି ଜଗଦୀଶ ତ୍ରିପାଠୀ ଏବଂ ପ୍ରଭାସିନୀ ମହାନ୍ତି, ସମ୍ପାଦକ ତପନ ବିଷୋୟୀ , ସାଙ୍ଘଠନିକ ସମ୍ପାଦକ ଅଖିଳ ଭଟ୍ଟ , ସହ ସମ୍ପାଦକ ମନୋଜ କୁମାର ପଟ୍ଟନାୟକ ଏବଂ ଗୋପାଳ ପାଣିଗ୍ରାହୀ ସମେତ ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ ।