
ସୋରଡ଼ା ୨୨/୦୩ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ଗତକାଲି ଅପରାହ୍ନ ସମୟରେ ସୋରଡ଼ା ବ୍ଲକ ଅନ୍ତର୍ଗତ ଗୋଚ୍ଛା ଗ୍ରାମପଞ୍ଚାୟତ ବଡଗୋଚ୍ଛା ହରିଜନ ସାହିରେ ଅଭାବନୀୟ ଅଗ୍ନିକାଣ୍ଡ ଘଟି 26 ଟି ଘରର ପାଖାପାଖି ୬୦ ବଖରା ଜଳି ପୋଡି ସମ୍ପୂର୍ଣ୍ଣ ଭାବରେ ନଷ୍ଟ ହୋଇଯାଇଥିବାର ସମ୍ବାଦ ପାଇ ସ୍ଥାନୀୟ ବିଧାୟକ ନୀଳମଣି ବିଶୋଇ ଅତ୍ୟନ୍ତ ଦୁଃଖ ପ୍ରକାଶ କରିବା ସହ ଆଜି ସେମାନଙ୍କ ପାଖରେ ପହଁଞ୍ଚି ପୀଡିତା ଙ୍କୁ ଆଶ୍ୱାସନା ଦେବା ସହ ଅଗ୍ନି ବିପନ୍ନ ପରିବାରଙ୍କୁ ଏକ ବସ୍ତା ଚାଉଳଓ ଲୁଗାପଟା ପ୍ରଦାନ କରି ସାହାଯ୍ୟର ହାତ ବଢ଼େଇଛନ୍ତି ଏବଂ ଯେଉଁ ଲୋକଙ୍କ ଘର ସମ୍ପୂର୍ଣ୍ଣ ଭାବରେ ପୋଡ଼ିଯାଇଛି ସେମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ଅନ୍ତର୍ଭୁକ୍ତ କରେଇ ପୀଡିତାଙ୍କୁ ଘର ଯୋଗଦେଇ ଦେବା ପାଇଁ ପଦକ୍ଷେପ ନିଆ ଯିବ ବୋଲି ପ୍ରତିଶୃତି ଦେଇଛି |ଏହି ଗସ୍ତ ଅବସରରେ ବେଲଗୁଣ୍ଠା ବ୍ଲକ ବିଧାୟକ ପ୍ରତିନିଧି ଜିତେନ୍ଦ୍ର ନାୟକ , ଜିଲ୍ଲା ପରିଷଦ ସଭ୍ୟ ସମରେନ୍ଦ୍ର କୁମାର ସାହୁ, ସରପଞ୍ଚ ତ୍ରିଲୋଚନ ସାହୁ, ବ୍ଲକ ବିଜେପି ବରିଷ୍ଠ କାର୍ଯ୍ୟକର୍ତ୍ତା ଭି ଜଗଦିଶ ରାଜୁ, ସାମ ପ୍ରଧାନ, ଶରତ ପାଣିଗ୍ରାହୀ,ବିଜେପି ମଣ୍ଡଳ ସଭାପତି ଦେବ ପଟ୍ଟନାୟକ, ନାୟବ ସରପଞ୍ଚ ପ୍ରତିନିଧି ଅନିଲ କୁମାର ପଟ୍ଟନାୟକ ଓ ପୂର୍ବତନ ସରପଞ୍ଚ ଶିବ ଦିଗଲ ପ୍ରମୁଖ ଉପସ୍ଥିତ ରହି ଥିଲେ | ଅଗ୍ନିବିପର୍ନ ଙ୍କୁ ପଂଚାୟତ ତରଫରୁ ଓ ସ୍ଥାନୀୟ କିଛି ବ୍ୟକ୍ତି ଙ୍କ ସହାୟତା ରେ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି |