
ସୋରଡ଼ା ୨୯/୦୩ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ଆଜି ସୋରଡ଼ା ଅଞ୍ଚଳରେ ଆଧୁନିକ ଭାଷା ଓ ଜ୍ଞାନ ସହିତ ପ୍ରାଦେଶିକ ଭାଷା ବା ଇଂଲିଶ ଶିକ୍ଷା ଆଧାରିତ ଏକମାତ୍ର ଉର୍ଣ୍ଣତ ଶିକ୍ଷାନୁଷ୍ଠାନ ଯାହାକି ସମାଜକୁ ନୂତନ ଦିଶା ଦେଇ ସ୍ୱାମୀ ବିବେକାନନ୍ଦଙ୍କ ଆଦର୍ଶ ନୀତି ଓ ସମାୟାନୁବର୍ତୀତାକୁ ଆଧାର କରି ଗଢ଼ି ଉଠିଥିବା ଅନୁଷ୍ଠାନ ମଡର୍ଣ୍ଣ ଡ଼ି ପଲ ପବ୍ଲିକ ସ୍କୁଲରେ ଚଳିତ ବର୍ଷର ବାର୍ଷିକ ଉଛବ ବା ଆନୁଆଲ ଫେଷ୍ଠ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ନୀଳମଣି ବିଷୋୟୀ,ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଦେବରାଜ ମଲ୍ଲିକ, ଗୋଷ୍ଠୀ ଶିକ୍ଷା ଅଧିକାରୀ ଦିଲ୍ଲୀପ କୁମାର ସ୍ୱାଇଁ, ସ୍କୁଲ ସଭାପତି ଲକ୍ଷ୍ମୀ ଚରଣ ପଣ୍ଡା , ମୁଖ୍ୟ ବକ୍ତା ଭାବେ ଡ଼ଃ ଚିତ୍ତରଞ୍ଜନ ସାହୁ,ଡ଼ଃ ତୋଫାନ ନାୟକ ଆଦି ମଞ୍ଚସିନ ହୋଇ ପ୍ରଦୀପ ପ୍ରଜ୍ଜ୍ୱଳନ ସହିତ ଅନୁଷ୍ଠାନର କର୍ମଚାରୀଗଣ ସବୁଜ ବାତାବରଣ ପାଇଁ ଚାରା ଉପହାର ସହିତ ସମ୍ମାନିତ କରିଥିଲେ ।ଏତଦ୍ବ୍ୟତୀତ ବିଦ୍ୟାଳୟର ସଭ୍ୟ ଓ ଶୁଭେଚ୍ଛୁ ପ୍ରମୋଦ ପଟ୍ଟନାୟକ, ଶିବପ୍ରସାଦ ସୁଆର,ଲକ୍ଷ୍ମୀ ଚରଣ ପଟ୍ଟନାୟକ,କୁମୁଦ ପଟ୍ଟନାୟକ,ପୁରୁଷୋତ୍ତମ ସାହୁ,ଉମାଚରଣ ମହାପାତ୍ର ଆଦିଙ୍କ ସହିତ ସମସ୍ତ ଅଭିବାବକ ଓ ମା ମାନେ ଉପସ୍ଥିତ ରହିଥିଲେ। ଗୋଷ୍ଠୀ ଶିକ୍ଷା ଅଧିକାରୀ ନୂତନ ଶିକ୍ଷା ନୀତି ଦ୍ଵାରା ପିଲାଙ୍କ ଭବିଷ୍ୟତ ଓ ନୁଆଁ ଢାଞ୍ଚାରେ ଶିକ୍ଷା ସହିତ ପ୍ରକୃତି ସହିତ ଆଧୁନିକ ଶିକ୍ଷା ଦ୍ଵାରା ରାଜ୍ୟ ଓ ଦେଶ ସହିତ ବିଶ୍ଵରେ ପ୍ରତିପାଦନ ପାଇଁ ନିହାତି ଆବଶ୍ୟକ ଥିବା କହିଛନ୍ତି।ସେହିପରି ମୁଖ୍ୟ ବକ୍ତା କହିଛନ୍ତି ଛୁଆ ବେଳୁ ପିଲାଙ୍କ ପାଇଁ ଉର୍ଣ୍ଣତ ଆଦର୍ଶ ଓ ନୀତି ସହିତ ଅଭିଭାବକଙ୍କ ସୁ ପରିଚାଳନା ଦ୍ଵାରା ସମ୍ଭବ ବୋଲି କହିଛନ୍ତି ଓ ମୁଖ୍ୟ ଅତିଥି କହିଛନ୍ତି ମା ମାନଙ୍କ ଦ୍ଵାରା ସଂସାରର ସୁ ପରିଚାଳନା ସମ୍ଭବ ଏହା ନେଇ ବିଭିନ୍ନ ଉଦାହରଣ ଛଳରେ କହିଛନ୍ତି ଏବଂ ବିଦ୍ୟାଳୟରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତି ପ୍ରତିଯୋଗିଙ୍କୁ ପୁରସ୍କୃତ କରି ଉଛ।ହିତ କରିବା ସହିତ ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମରେ ଛୋଟ ପିଲାଙ୍କ ଲୁକ୍କାୟିତ ପ୍ରତିଭାର ସମ୍ଭାର ଦେଖିବାକୁ ମିଳିଥିଲା।ଏବଂ ବିଳମ୍ବିତ ସନ୍ଧ୍ୟା ପର୍ଯ୍ୟନ୍ତ ଉପସ୍ଥିତ ଅତିଥି ଓ ଅଭିଭାବକ ଉପଭୋଗ କରିଥିଲେ।ଏହି କାର୍ଯ୍ୟକ୍ରମକୁ ଏହି ସ୍କୁଲର ଅଧ୍ୟକ୍ଷ ସୁଧୀର କୁମାର ପ୍ରଧାନ ପରିଚାଳନା କରିଥିବାବେଳେ କାର୍ଯ୍ୟରତ ଶିକ୍ଷକ,ଶିକ୍ଷୟତ୍ରୀ ସହଯୋଗ କରିଥିଲେ।ଏବଂ ଏହି ଅଞ୍ଚଳର ଅଗ୍ରଣୀ ବେସରକାରୀ ଅନୁଷ୍ଠାନ ମଡ଼ର୍ଣ୍ଣ ଡ଼ି ପଲ ସ୍କୁଲର ଛାତ୍ର ଛାତ୍ରୀ ମାନେ ବିଭିନ୍ନ ବାର୍ତା ଦେଇ କାର୍ଯ୍ୟକ୍ରମକୁ ସାଙ୍ଗ କରିଥିଲେ।