୨୦୨୫-୨୬ ଆର୍ଥିକ ବର୍ଷରେ ଦେଶର ଅଗ୍ରଣୀ ଲିଗାଲ – ଟେକ୍ କମ୍ପାନୀ ବିଜଓକେ ଇଣ୍ଡିଆ ର ଉଲ୍ଲେଖନୀୟ ସଫଳତା

ଗଞ୍ଜାମ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ୨୦୨୫-୨୬ ଆର୍ଥିକ ବର୍ଷରେ ଦେଶର ଅଗ୍ରଣୀ ଲିଗାଲ – ଟେକ୍ କମ୍ପାନୀ ବିଜଓକେ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ୨୦୨୦-୨୧ ଆର୍ଥିକ ବର୍ଷରୁ ଆରମ୍ଭ ହୋଇଥିବା ଏହି ଉଦ୍ୟୋଗ ୨୦୨୫ ଜୁନ୍ ରେ ଷ୍ଟାର୍ଟଅପ ଓଡ଼ିଶା ଦ୍ଵାରା ପ୍ରକାଶିତ ସଦ୍ୟତମ ସ୍ୱୀକୃତିପ୍ରାପ୍ତ ତାଲିକାରେ ସ୍ଥାନ ପାଇଛି । ସେହିପରି ଏହି କମ୍ପାନୀ ଚଳିତ ଆର୍ଥିକ ବର୍ଷରେ ନୂତନ କମ୍ପାନୀ ପଞ୍ଜିକରଣ, ଜିଏସଟି ପଞ୍ଜିକରଣ, ଜିଏସଟି ରିଟର୍ନ, ଆୟକର ରିଟର୍ନ ଫାଇଲ, ଟିଡିଏସ ସର୍ଭିସ, ପିଏଫ ସର୍ଭିସ, ପ୍ରୋଜେକ୍ଟ ରିପୋର୍ଟ, ଡିଜିଟାଲ ସିଗ୍ନେଚର, ୱେବ୍ ସାଇଟ୍ ଇତ୍ୟାଦି ବ୍ୟବସାୟରେ ହାସଲ କରିଛି । ଉପଯୁକ୍ତ ସେବା ପ୍ରଦାନ କରି ବିଭିନ୍ନ ଅନୁଷ୍ଠାନ ଏବଂ ବ୍ୟକ୍ତି ବିଶେଷଙ୍କ ଠାରୁ ପ୍ରଶଂସା ମଧ୍ୟ ସାଉଁଟିଛି ।

ପ୍ରକାଶ ଥାଉ କି ବିଜଓକେ ଇଣ୍ଡିଆ ୨୦୨୦ ବର୍ଷ ଠାରୁ ବ୍ୟବସାୟ ଆରମ୍ଭ କରିବା ପରେ ବିଭିନ୍ନ ଅନୁଷ୍ଠାନ ଏବଂ ବ୍ୟବସାୟ ଉଦ୍ୟୋଗ ସହ ସହ ଭାବେ କାର୍ଯ୍ୟ କରୁଛି । ଯେପରିକି ଡିଜିଟାଲ ସିଗ୍ନେଚର କ୍ଷେତ୍ରରେ ଇ-ମୁଦ୍ରା ଲିମିଟେଡ, ଭି – ସାଇନ୍, ଏନ କୋଡ ସଲୁସନ୍ ଭଳି ଦେଶର ଅଗ୍ରଣୀ କମ୍ପାନୀ ସହ ସହବନ୍ଧିତା ରଖିଥିବା ବେଳେ ପେମେଣ୍ଟ ଗେଟୱେ ପାଇଁ ଫୋନ୍ ପେ, ରଜୋର ପେ, ପେଟିଏମ୍ , କ୍ୟାଶ ଫ୍ରି ଭଳି ଅଗ୍ରଣୀ ଫିନ୍ – ଟେକ୍ କମ୍ପାନୀ ସହ ସହବନ୍ଧିତା କରିଛି । ଲୋନ ପ୍ରଦାନ କ୍ଷେତ୍ରରେ ଆଇଡିଏଫସି ଫାର୍ଷ୍ଟ ବ୍ୟାଙ୍କ୍ ଏବଂ ଫେୟାର ସେଣ୍ଟ ସହ ବିଭିନ୍ନ ଜାତୀୟକରଣ ଓ ଘରୋଇ ବ୍ୟାଙ୍କ୍ ସହ ସହବନ୍ଧିତ ହୋଇଛି ।

ବିଜଓକେ ଇଣ୍ଡିଆ ଓଡ଼ିଶା ସରକାରଙ୍କ ବିଭିନ୍ନ ବିଭାଗ ଅଧିନସ୍ଥ ସରକାରୀ କାର୍ଯ୍ୟାଳୟରେ ଆବଶ୍ୟକୀୟ ସେବା ଯୋଗାଇ ଦେଇ ଆସୁଛନ୍ତି । ତ୍ୱରିତ ସେବା ପ୍ରଦାନ ଏବଂ ସଠିକ୍ ମୂଲ୍ୟ ହେତୁ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ରେ ବିଜଓକେ ଇଣ୍ଡିଆ ଆଦୃତ ହୋଇପାରିଛି ।

ଦେଶର କୋଣ ଅନୁକୋଣରୁ ଲିଗାଲ – ଟେକ୍ ସେବା ପାଇଁ ବିଭିନ୍ନ ବ୍ୟବସାୟିକ ଅନୁଷ୍ଠାନ ଏବଂ ବ୍ୟକ୍ତି ବିଶେଷ ଏହି ଅନୁଷ୍ଠାନକୁ ଯୋଗାଯୋଗ କରନ୍ତି ଏବଂ ତ୍ୱରିତ ସେବା ସଠିକ୍ ମୂଲ୍ୟରେ ମଧ୍ୟ ପାଆନ୍ତି । ତେଣୁ ପ୍ରତିବର୍ଷ ଗ୍ରାହକ ସଂଖ୍ୟାରେ ମଧ୍ୟ ବୃଦ୍ଧି ଘଟୁଛି ।

୨୦୨୨ ମସିହାରେ ଷ୍ଟାର୍ଟ ଅପ୍ ଓଡ଼ିଶା ରେ ପ୍ରଥମେ ସ୍ଥାନ ପାଇଥିବା ଏହି ସଂସ୍ଥା ୨୦୨୨ ମସିହାରେ ଜେନ ସଜେଷ୍ଟ ଠାରୁ ହାଇ ପର୍ଫର୍ମର ଆୱାର୍ଡ଼ ପାଇଁ ସାରିଛି । ଡବ୍ଲୁ ଏଚ୍ ଟପ୍ ର ୨୦୨୦ ମସିହାରେ ପଞ୍ଜୀକୃତ ହୋଇଥିବା ବେଳେ ବର୍ତ୍ତମାନ ଗୁଗୁଲ ରେ ମଧ୍ୟ ୫ ଷ୍ଟାର୍ ରେଟିଙ୍ଗ ପାଇ ସାରିଛି । ଦେଶର ଅଗ୍ରଣୀ ଚାଟାର୍ଡ ଆକାଉଣ୍ଟାଣ୍ଡ ଫାର୍ମ ଗୁଡ଼ିକର ସହଯୋଗରେ ଆଗକୁ ମଧ୍ୟ ସଂସ୍ଥା ଏହିପରି ଗ୍ରାହକ ସେବା ଯୋଗାଇ ଆହୁରି ଗ୍ରାହକ ମାନଙ୍କ ପ୍ରିୟ ପାତ୍ର ସାଜିବ ବୋଲି ସଂସ୍ଥା ପରିଚାଳନା ମୁଖ୍ୟ ସୁବ୍ରତ କୁମାର ଦାଶ ସୂଚନା ଦେଇଛନ୍ତି ।