ପୋଲିସର ସକ୍ରିୟତା ବୃଦ୍ଧି କରିବା ପାଇଁ ପୋଲସରା ଥାନା ପରିସରରେ ଏକ ସ୍ୱତନ୍ତ୍ର ଅପରାଧ ନିୟନ୍ତ୍ରଣ ବୈଠକ

ପୋଲସରା ୧୩/୦୫ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ଆଜି ଗଞ୍ଜାମ ପୋଲିସର ସକ୍ରିୟତା ବୃଦ୍ଧି କରିବା ପାଇଁ ପୋଲସରା ଥାନା ପରିସରରେ ଏକ ସ୍ୱତନ୍ତ୍ର ଅପରାଧ ନିୟନ୍ତ୍ରଣ ବୈଠକ ଅନୁଷ୍ଠିତ ହୋଇଥିଲା। ଦକ୍ଷିଣାଞ୍ଚଳ ଆଇଜି ନିତିଶେଖର ଏବଂ ଗଞ୍ଜାମ ଆରକ୍ଷୀ ଅଧୀକ୍ଷକ ଶୁଭେନ୍ଦୁ କୁମାର ପାତ୍ର ଏହି ବୈଠକରେ ଯୋଗ ଦେଇଥିଲେ । ଜନସାଧାରଣଙ୍କ ସୁରକ୍ଷା ପାଇଁ ପୋଲିସ କଡ଼ା ପଦକ୍ଷେପ ନେବାକୁ ଏହି ବୈଠକରେ ଆଲୋଚନା ହୋଇଥିଲା। ବୈଠକ ସମୟରେ, ୱାରେଣ୍ଟ କାର୍ଯ୍ୟକାରୀ କରିବା ଏବଂ ବେଆଇନ ବନ୍ଧୁକ ଚିହ୍ନଟ କରିବାରେ ଆନ୍ତରିକ ପ୍ରୟାସ ପାଇଁ ଭଞ୍ଜନଗର ଏସଡିପିଓ ଡ଼. ଦୀପକ କୁମାର ମିଶ୍ର ଏବଂ ପୋଲସରା ଥାନାଧିକାରୀ କୌଶିକ ମାଝୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।