
ଯାଜପୁର (ଅଭିମନ୍ୟୁ ମିଶ୍ର, ଯାଜପୁର ଜିଲ୍ଲା ପ୍ରତିନିଧି, ଓଡିଶା ଟୁଡେ): ଯାଜପୁର ପୁର ରୋଡ ଷ୍ଟିତ ଶ୍ରମିକସଙ୍ଗ କାର୍ଯ୍ୟାଳୟ ଠାରେ ଯାଜପୁର ଜିଲ୍ଲା ଓଡିଶା ଜନତା କଂଗ୍ରେସ ପାର୍ଟି (ଓ.ଜେ.ସି.)ର କାର୍ଯ୍ୟକାରୀ କମିଟି ବୈଠକ ଅନୁଷ୍ଠିତ ହୋଇ ଥିଲା l ଏହି ବୈଠକ ରେ ସଞ୍ଜୟ କୁମାର ରାୟ ଅଧକ୍ଷତାରେ କରି ଥିଲେ ହୋଇ ଏହି ବୈଠକ ରେ ଯାଜପୁର ଜିଲ୍ଲା କମିଟି ସଂଯୋଜକ ତାହା ରାଜ୍ୟ ନେତା ବିଦ୍ୟାଧର ମହାନ୍ତି ବି.ଜେ.ପି. ସରକାର ଙ୍କର ବିଫଳତା ସମ୍ପର୍କ ରେ ଏକ ପ୍ରସ୍ତାବ ଉପସ୍ଥାପନ କରିଥିଲେ। ବିଶେଷ କରି ଡିଜେଲ, ପେଟ୍ରୋଲ, ରନ୍ଧନ ଗ୍ୟାସ ଦରବୃଦ୍ଧି ରୋକିବା ଦୀର୍ଘ ୩ମାସ ଧରି ଗରିବ ଭିନକ୍ଷମ, ବୃଦ୍ଧ, ବୃଦ୍ଧା, ଅସହାୟ ମହିଳା ମାନଙ୍କୁ ଭତ୍ତା ଏଯାବତ ନ ଦେବା, ଘନ ଘନ ବିଦ୍ୟୁତ କାଟ କରି ଉପଭୋକ୍ତା ମାନଙ୍କୁ ଅନ୍ଧାର ରେ ରଖିବା ଓ ଟାଟା ପାୱାର ଶ୍ରମିକ କର୍ମଚାରୀ ମାନଙ୍କୁ ଛଟେଇ ପ୍ରତ୍ୟାହାର କରିବା ସହିତ ୧୦ ରୁ ୧୫ ବର୍ଷ ଧରି ସ୍ୱଳ୍ପ ବେତନ ରେ କାର୍ଯ୍ୟ କରିଆସୁଥିବା ଠିକା ଶ୍ରମିକ ମାନଙ୍କୁ ସ୍ଥାୟୀ ନିଯୁକ୍ତି ର ପ୍ରକ୍ରିୟା ଆରମ୍ଭ କରିବା, ଦଶରଥପୁର ଓ ବିଂଝାରପୁର ବ୍ଲକ ର ୮ ଗୋଟି ଗ୍ରାମ ପଂଚାୟତ ରେ ଜଳ ସୋଚିତ ର ସୁବିଧା ନଥିବାରୁ ଶହଶହ ଏକର ଜମି ଚାଷ ଜମିପଡିଆ ହୋଇପଡିଛି ଏ ସମ୍ପର୍କ ରେ ଆଲୋଚନା କରା ଯାଇ ସରକାର ଙ୍କ ବିଫଳ ତା କୁ ଦଳ ପକ୍ଷରୁ ନିନ୍ଦା ପ୍ରସ୍ତାବ ଆଗତ କରା ଯାଇଛି l ସରକାରୀ ଦଳର ମାଫିଆ ମାନଙ୍କ ଦ୍ୱାରା ଚୋରା ବାଲି, ମାଟି, ଧଳା ପଥର ଚାଲାଣ କୁ ବନ୍ଦ କରିବା, ଜିଲ୍ଲା ରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ମେଗା ଜଳପ୍ରକଳ୍ପ କୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ସହିତ ଆରମ୍ଭ ହୋଇଥିବା ଏସ, ଆଇ,ଆର, ପ୍ରକ୍ରିୟା କୁ ଜିଲ୍ଲା ପ୍ରଶାସନପକ୍ଷରୁ ନିରପକ୍ଷତା ବଜାଇ ନ ରଖିଲେ ବହୁ ଶୀଘ୍ର ପାର୍ଟି ବ୍ଲକ ଠାରୁ ଆରମ୍ଭ କରି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ କରିବାକୁ ଦୁଢ ନିଷ୍ପତ୍ତି ନିଆ ଯାଇଛି l ଆଗାମୀ ଦିନ ରେ ସରକାର ଙ୍କ ବିଫଳ ତା ଜନ ସାଧାରଣ ଙ୍କ ସମସ୍ୟା ନେଇ ଦଳ ରାଜ ରାସ୍ତା କୁ ଓଲ୍ଲାଇବ ବୋଲି ପ୍ରସ୍ତାବ ମାନ ଆଗତ କରାଯାଇଛି।ଏହି ବୈଠକ ରେ ଅନ୍ୟ ମାନଙ୍କ ମଧ୍ୟରେ ଦିଲ୍ଲୀପ କୁମାର ରାଉତ, ଦୁର୍ଗା ଚରଣ ବାରିକ ମନୋରଞ୍ଜନ ନାୟକ, ସେକ ବଦ୍ରିଉଦ୍ଦିନ,ଭବାନୀ ଶଙ୍କର ଦେଓ, ବାସୁଦେବ ପରିଡା, ମନୋରଞ୍ଜନ ସ୍ୱାଇଁ, ସୁରେନ୍ଦ୍ର ପାତ୍ର, ଜଗନ ଜେନା ପ୍ରମୁଖ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ ଶେଷରେ ବିଦ୍ୟାଧର ଜେନା ଧନ୍ୟବାଦ ପ୍ରସ୍ତାବ ଦେଇଥିଲେ ।