
ବାଲିପଦର:୧୭/୦୬ (ବି. ପ୍ରକାଶଚନ୍ଦ୍ର ପାତ୍ର): ଉତ୍କଳୀୟ ମାଲ ସମାଜ କଞ୍ଚୁରୁ, ଓଡ଼ିଶା ପକ୍ଷରୁ ଚଳିତ ବର୍ଷର ବାର୍ଷିକ ମହାସଭା ବେଲଗୁଣ୍ଠା ମାଲସାହି ସ୍ଥିତ ଠାକୁରାଣୀ ମନ୍ଦିର ପ୍ରାଙ୍ଗଣରେ ସମାଜର କେନ୍ଦ୍ରୀୟ ସଭାପତି ଇଂ. ବିପ୍ର ଚରଣ ପାତ୍ରଙ୍କ ପୌରହିତ୍ଯରେ ଅନୁଷ୍ଠିତ ହୋଇ ଯାଇଛି। ପାଞ୍ଚଶହ ପରିବାରକୁ ନେଇ ସୋସାଇଟି ନିୟମରେ ଗଠିତ ଏହି ସମାଜର ସାଧାରଣ ସଭାରେ ମଞ୍ଚାସୀନ ଅତିଥି ଭାବେ ଉପଦେଷ୍ଟା ଡ.ବି.ପ୍ରକାଶ ଚନ୍ଦ୍ର ପାତ୍ର, ରଘୁନାଥ ପାତ୍ର ଭଞ୍ଜ ନଗର,ଉପ ସଭାପତି ପ୍ରଦିପ କୁମାର ପାତ୍ର, ସମ୍ପାଦକ ସୁଦର୍ଶନ ପାତ୍ର, କୋଷାଧ୍ୟକ୍ଷ ବିଜୟ କୁମାର ପାତ୍ର ଯୋଗଦେଇ ବାର ମଣ୍ଡଳର ସଭାପତି ଓ କାର୍ଯ୍ୟକାରୀ ସଦସ୍ଯଙ୍କ ଗହଣରେ ସମାଜର ବିଭିନ୍ନ ପରିବାରରେ ଘଟିଥିବା ୧୫ଟି ପରିବାରର ସମସ୍ୟାର ସମାଧାନ କରାଯାଇ ଥିଲା। ଶିକ୍ଷା, ସ୍ବାସ୍ଥ୍ଯ ଓ ଅପ୍ରୁ୍ଶ୍ୟତା ସମ୍ପର୍କିତ ସଚେତନତା ଜନସାଧାରଣଙ୍କୁ ସୁଚାଇ ଦିଆଯାଇ ଥିଲା। ତିନୋଟି ପରିବାରର ଛାଡପତ୍ର କେସ୍ ସମାଧାନ କରି ସେମାନଙ୍କୁ ପୁନଃ ପରିବାର ଗଠନର ସୁଯୋଗ ଦିଆଗଲା। ସମାଜର ପ୍ରତିଭା ଧାରୀ ବ୍ଯକ୍ତି ବିଶେଷ ଓ ଛାତ୍ରଛାତ୍ରୀଙ୍କୁ ସମାଜ ପକ୍ଷରୁ ପୁରସ୍କୃତ କରିବା ପାଇଁ ନିଷ୍ପତ୍ତି ନିଆଗଲା। ଦ୍ବିତୀୟ ପର୍ଯ୍ୟାୟରେ ବିନୋଦ କୁମାର ପାତ୍ର ବିଜୟ କୁମାର ପାତ୍ର ଭୁବନେଶ୍ୱରଙ୍କ ତତ୍ତ୍ବାବଧାନରେ ନିର୍ବାଚନ ଅନୁଷ୍ଠିତ ହୋଇ ତିନିବର୍ଷ ପାଇଁ ଇଂ. ବିପ୍ର ଚରଣ ପାତ୍ର ସଭାପତି, ପ୍ରଦିପ କୁମାର ପାତ୍ର ଉପସଭାପତି, ସୁଦର୍ଶନ ପାତ୍ର ସମ୍ପାଦକ, ବିଜୟ କୁମାର ପାତ୍ର ପାଙ୍ଗିଡି କୋଷାଧ୍ୟକ୍ଷ ଭାବେ ପୁନଃ ନିର୍ବାଚିତ ହୋଇଥିଲେ। ଶେଷରେ କାହ୍ନୁଚରଣ ପାତ୍ର ବେଲଗୁଣ୍ଠା ମୁଠା ସଭାପତି ଧନ୍ଯବାଦ ଅର୍ପଣ କରିଥିଲେ।