
ଚୌଦ୍ଵାର (ଶିବବ୍ରତ ଦାସ ) : ଚୌଦ୍ୱାର ଥାନା ଅନ୍ତର୍ଗତ ବଡ଼ପଦାଗାଁ ଗ୍ରାମରେ ଜୁଆ ଖେଳୁଥିବା ସମୟରେ ୭ ଜୁଆଡ଼ିଙ୍କୁ ଚୌଦ୍ୱାର ପୁଲିସ ଗିରଫ କରିଛି । ବଡ଼ପଦାଗାଁ ର ସ୍ମଶାନ ନିକଟରେ କିଛି ବ୍ୟକ୍ତି ଜୁଆ ଖେଳୁଥିବାର ସୂଚନା ପାଇ ଚୌଦ୍ୱାର ଥାନା ଅଧିକାରୀ ରଜନୀକାନ୍ତ ଦାସ ଚଢ଼ାଉ କରି ସାତ ଜଣ ଜୁଆଡ଼ି ଙ୍କୁ ଗିରଫ କରିବା ସହିତ ସେମାନଙ୍କ ଠାରୁ ନଗଦ ୨୨୨୩୦ ଟଙ୍କା, ଗୋଟିଏ ତାସ ମୁଠା, ଗୋଟିଏ ଜରି ପାଲ ଓ ଦୁଇଟି ମୋବାଇଲ ଜବତ କରାଯାଇଛି l ଗିରଫ ଅଭିଯୁକ୍ତ ସୁକାନ୍ତ ଜେନା, କାହ୍ନୁ ବେହେରା,କାଳନ୍ଦୀ ରାଉତ,ନାରାୟଣ ପ୍ରଧାନ, ଗୋଲଖ ବସ୍ତିଆ, ପ୍ରମୋଦ ରାଉତ, ଦିବାକର ମହାନ୍ତି ବିରୁଦ୍ଧରେ କେସ ନମ୍ବର ୩୯୨ ମାମଲା ରୁଜୁ କରି ଚୌଦ୍ୱାର ପୁଲିସ କୋର୍ଟ ଚାଲାଣ କରିଛି l