
ଚୌଦ୍ୱାର (ଶିବବ୍ରତ ଦାସ ) : ଏବେ ଚର୍ଚ୍ଚାରେ ରହିଛି ଚୌଦ୍ୱାର ମଣ୍ଡଳ କାରାଗାର। ଏହି କାରାଗାରରେ ସବୁକିଛି ଠିକ୍ଠାକ ଚାଲୁନଥିବା ଅଭିଯୋଗ ହୋଇଛି। କଏଦୀ ଆତ୍ମହତ୍ୟା, କଏଦୀ ଫେରାର,ଜେଲ ଭିତରୁ କଏଦୀଙ୍କ ବଟି ମଗା,କଏଦୀଙ୍କ ଗହଣା ଗାୟବ ଆଦି ଘଟଣା ରେ ଚର୍ଚ୍ଚା ଚୌଦ୍ଵାର ଜେଲ । ପୁଣି ଏବେ ଜଣେ ଗ୍ୟାଙ୍ଗଷ୍ଟାର ସହଯୋଗୀ ଙ୍କ ଚୌଦ୍ୱାର ଜେଲ ର ହତା ଭିତରେ ମୋବାଇଲ ରେ ରିଲସ କରିବା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି l ଗୋଟିଏ ପକ୍ଷରେ ଚୌଦ୍ୱାର ଜେଲ୍ ର ନିରାପତ୍ତା ଥିବା ବେଳେ ଅନ୍ୟ ପକ୍ଷେ ଜେଲ ନିରୀକ୍ଷକ ଙ୍କ ଦାୟିତ୍ୱହୀନ ଯୋଗୁଁ ଏହିଭଳି ଏକ ଭାଇରାଲ ଭିଡ଼ିଓ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି l ସୂଚନା ଅନୁଯାଇ ନିକଟରେ ଜେଲରୁ ଧଳ ସାମନ୍ତ ଗ୍ୟାଙ୍ଗ ର ଅନ୍ୟତମ ସହଯୋଗୀ ଲିଟୁଆ ବେହେରା ଜେଲରୁ ବାହାରିବା ସମୟରେ ତାକୁ ଆଣିବା ପାଇଁ ଏକ ଥର ଗାଡ଼ି ଅନାୟଶ ରେ ଜେଲ୍ ଗେଟ୍ ଭିତରେ ପଶିଥିଲା। ନା କୌଣସି ଯାଞ୍ଚ ହେଲା, ନା କିଛି କଡା ଚେକିଂ ର ସମ୍ମୁଖୀନ ହେଲା। ଜେଲ୍ ନିରାପତ୍ତା ଦୃଷ୍ଟି କୋଣରୁ ଗେଟ୍ ଭିତରେ ବା କ୍ୟାମ୍ପସ ଭିତରେ ଯେ କୌଣସି ବାହାର ଗାଡ଼ି ପ୍ରବେଶ କରିବା କଥା ନୁହେଁ । କିନ୍ତୁ ଏହି ଭାଇରାଲ ଭିଡିଓ ରେ ସ୍ପଷ୍ଟ ଜଣାପଡୁଛି ଗାଡ଼ିଟି ଜେଲ ର ପ୍ରବେଶ ଫାଟକ ଅତିକ୍ରମ କରି କଏଦୀ ବାହାରୁଥିବା ମୁଖ୍ୟ ଫାଟକ ପର୍ଯ୍ୟନ୍ତ ପ୍ରବେଶ କରିଛି ଏବଂ ଗାଡ଼ି ରେ ଥିବା ବ୍ୟକ୍ତି ମଧ୍ୟ ଭିଡିଓ ଉତ୍ତୋଳନ କରିଥିଲେ। ଏହି ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଘୂରିବୁଲୁଛି । ତେବେ ଉକ୍ତ ଗାଡ଼ି କେମିତି ପ୍ରବେଶ କଲା,କାହାର ଅନୁମତି ରେ ପ୍ରବେଶ କଲା ତାହାହିଁ ପ୍ରଶ୍ନବାଚୀ ସୃଷ୍ଟି କରିଛି।