ଚୌଦ୍ଵାର ଅବସରପ୍ରାପ୍ତ ଶିକ୍ଷକ ସଂଘର ବୈଠକ

ଚୌଦ୍ୱାର (ଶିବବ୍ରତ ଦାସ ) : ଚୌଦ୍ଵାର କପାଳେଶ୍ୱର ସ୍ଥିତ ଶିକ୍ଷକ ଭବନରେ ଚୌଦ୍ଵାର ଅବସରପ୍ରାପ୍ତ ଶିକ୍ଷକ ସଂଘର ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ସଂଘର ସଭାପତି ନରହରି ନାୟକଙ୍କ ସଭାପତିତ୍ଵ ରେ ଅନୁଷ୍ଠିତ ଏହି ବୈଠକରେ ସଭ୍ୟ ଚୈତନ୍ୟ ସାହୁଙ୍କ ସହଯୋଗରେ ସଂଘର ପ୍ରତିଷ୍ଠାତା ସୁକାନ୍ତ ମହାନ୍ତି ପ୍ରଦୀପ ପ୍ରଜ୍ୱଳନ କରି ଆନୁଷ୍ଠାନିକ ଭାବେ ବୈଠକ କାର୍ଯ୍ୟ ଆରମ୍ଭ କରାଇଥିଲେ । ସମ୍ପାଦକ ପ୍ରମୋଦ ନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ଉପସଭାପତି ଜୟକୃଷ୍ଣ ସ୍ୱାଇଁ ସଂଘର ବିବରଣୀ ପାଠ କରିଥିଲେ । ଏହି ବୈଠକରେ ଅବସରପ୍ରାପ୍ତ ଶିକ୍ଷକମାନଙ୍କର ବକେୟା ପ୍ରାପ୍ୟ ଓ ପେନସନ୍ ପ୍ରଦାନ କ୍ଷେତ୍ରରେ ଅହେତୁକ ବିଳମ୍ବ ସମ୍ପର୍କରେ ଆଲୋଚନା ହୋଇଥିଲା । ବହୁ ଶିକ୍ଷକ ଆରଏସିପି,ଏମ୍ଏସିପି ମଞ୍ଜୁରୀ ଓ ବକେୟା ପ୍ରଦାନ ତଥା ପେନସନ ସଂଶୋଧନ ପାଇଁ ପ୍ରଶାସନ ପକ୍ଷରୁ ତତ୍ପରତା ଦେଖନଯିବାକୁ ବୈଠକ ରେ ଉଦବେଗ ପ୍ରକାଶ ପାଇଥିଲା । ଡିଇଓ କାର୍ଯ୍ୟାଳୟରେ ଆବଶକ୍ୟ କର୍ମଚାରୀଙ୍କ ଅଭାବ ପୂରଣ କରିବାକୁ ଉଚ୍ଚ କର୍ତ୍ତୁପକ୍ଷଙ୍କୁ ଖୁବ୍ ଶୀଘ୍ର ଅବଗତି କରାଯିବ ବୋଲି ସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ସର୍ବଶେଷରେ ଦିବଂଗତ ଶିକ୍ଷକ ସ୍ୱର୍ଗତ ଉମାକାନ୍ତ ନନ୍ଦ ଓ ଉଗ୍ରସେନ ବଳଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା କରାଯାଇଥିଲା । ଏହି ବୈଠକରେ ସଂଘର ଉପଦେଷ୍ଟା ତ୍ରିଲୋଚନ ପଣ୍ଡା,ଗୌତମ ଆର୍ଚର୍ଯ୍ୟ,ଜଲ୍ଲୀ ଦେଇ ପ୍ରମୁଖ ବହୁ ସଦସ୍ୟ ଯୋଗଦେଇଥିଲେ ।