ମୁଣ୍ଡମାଳ ଗ୍ରାମ ଓ ଟେଟ୍ରା ହେଡ୍ରନ୍ ଗ୍ରୁପ୍ ଅଫ୍ ଇନଷ୍ଟିଚୁସନସ୍ ପକ୍ଷ ରୁ ରକ୍ତଦାନ ଶିବିର ଅନୁଷ୍ଠିତ -:

ମୁଣ୍ଡମାଳ ଗ୍ରାମ ଓ ଟେଟ୍ରା ହେଡ୍ରନ୍ ଗ୍ରୁପ୍ ଅଫ୍ ଇନଷ୍ଟିଚୁସନସ୍ ପକ୍ଷ ରୁ ରକ୍ତଦାନ ଶିବିର ଅନୁଷ୍ଠିତ। କଟକ ଜିଲ୍ଲା ଚୌଦ୍ୱାର ସହର ରେ ଥିବା ମୁଣ୍ଡମାଳ ଗ୍ରାମ ର ମା ନହର ବୁଢ଼ୀ ମନ୍ଦିର ରେ ବୁଧବାର ସଂନ୍ଧ୍ୟା ରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା । ଏହି ଶିବିର ରେ 30 ରୁ 40 ୟୁନିଟ୍ ରକ୍ତ ସଂଗ୍ରହର ଲକ୍ଷ୍ୟ ରଖି ଆରମ୍ଭ ହୋଇଥିବା ଏହି ସ୍ୱେଚ୍ଛାକୃତ ରକ୍ତଦାନ କାର୍ଯ୍ୟକ୍ରମରେ ଏହି ଗ୍ରାମ ରୁ ଯୁବକ-ଯୁବତୀ, ଯୋଗଦେଇ ୩୦ ୟୁନିଟ୍ ରକ୍ତ ଦାନ କରିଥିଲେ ରକ୍ତଦାତ୍ତା। ଗୋଟେ ୟୁନିଟ୍ ରକ୍ତ ତିନି ଜଣ ଙ୍କ ଜୀବନ ବଞ୍ଚାଇବା ରେ ସାହଯ୍ୟ କରିଥାଏ, ଏଥି ସହିତ ରକ୍ତ ଦାନ କରୁଥବା ବ୍ୟକ୍ତି ବିଶେଷ ମାନେ ରକ୍ତ ଦେବା ଦ୍ୱାରା ନିଜର ମଧ୍ୟ ଅଧିକ ଲାଭ ଦାୟକ ହୋଇଥାଏ। ରକ୍ତ ଦାନ ବିଷୟ ରେ ଯେମିତି କହିଲେ ବି ଅତିୟକ୍ତି ହେବ ନାହି। ଏହି କାର୍ଯ୍ୟକ୍ରମରେ ଟେଟ୍ରା ହେଡ୍ରନ୍ ଗ୍ରୁପ୍ ଅଧ୍ୟକ୍ଷ ଡ଼. ତ୍ରିଦେବ ବେହେରା ଓ ୟୁଥ ରେଡ୍ କ୍ରସ୍ କଟକ ଜିଲ୍ଲା କନଭେନର ସେକ୍ରେଟାରୀ ଡ଼. ସସ୍ମିତା ପଟ୍ଟନାୟକ ଏବଂ ମୁଣ୍ଡମାଳ ଗ୍ରାମ ବାସୀ ପରିଚାଳନା କରିଥିଲେ। ଅନ୍ୟାନ୍ୟ ପ୍ରମୁଖଙ୍କ ସକ୍ରିୟ ସହଯୋଗରେ ଶାନ୍ତିଶୃଙ୍ଖଳାରେ ରକ୍ତଦାନ ଶିବିର ସଫଳଭାବରେ ସମ୍ପନ୍ନ ହୋଇଥିଲା ।