
ସୋରଡା,୨୨/୦୬ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ସୋରଡ଼ା ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଆଜି ଗଞ୍ଜାମ ଜିଲ୍ଲା ସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି।
ଜିଲ୍ଲାପାଳ କୀର୍ତ୍ତି ୱାସନ ଭି ଗଞ୍ଜାମ ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ସମୀର କୁମାର ଜେନା , ପ୍ରୋବେଷନାରି ଆଈଏଏସ ସରନ୍ୟା ସର୍ବଣା , ଭଞ୍ଜନଗର ଉପଜିଲ୍ଲାପାଳ ଉମାଶଙ୍କର ବେହେରା, ଆରକ୍ଷୀ ଅଧୀକ୍ଷକ ହରିଶ ବି.ସି, ମୋଟ ୧୩୭ଟି ଅଭିଯୋଗର ଶୁଣାଣୀ କରିଥିଲେ । ୩ଟି ଅଭିଯୋଗର ସମାଧାନ ଶିବିରରେ କରାଯାଇଥିବା ବେଳେ ଅନ୍ଯ ଅଭିଯୋଗର ତ୍ବରିତ୍ ସମାଧାନ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ରେଡକ୍ରସ୍ ପାଣ୍ଠିରୁ ୬ଜଣ ବ୍ଯକ୍ତି ଙ୍କୁ ଆର୍ଥିକ ସହାୟତା ୩୨,୫୦୦ ଟଙ୍କା, ୨ ଜଣ ଦିବ୍ୟାଙ୍ଗ ଙ୍କୁ ତିନି ଚକିଆ ସାଇକେଲ , ୨ଜଣ ଙ୍କୁ ଭିନ୍ନକ୍ଷମ ପ୍ରମାଣପତ୍ର ଯୋଗାଇ ଦିଆଯାଇଥିଲା , ସ୍ଥାନୀୟ ଜନସାଧାରଣ ଶିକ୍ଷା,କୃଷି, ସ୍ବାସ୍ଥ୍ଯ, ଭତ୍ତା, ଖାଦ୍ଯ ସୁରକ୍ଷା, ଗୃହ ନିର୍ମାଣ, ଜିବିକା ମିଶନ୍, ରାଜସ୍ବ, ଜମିଜମା ସମ୍ବନ୍ଧୀୟ ବିଭିନ୍ନ ସମସ୍ଯା ସମ୍ପର୍କରେ ଜିଲ୍ଲାପାଳ ଙ୍କୁ ଅବଗତ କରିଥିଲେ ।
ଏହି ଶିବିରରେ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, ଗୋଷ୍ଟି ଉନ୍ନୟନ ଅଧିକାରୀ ତନ୍ମୟ ପାତ୍ର , ତହସିଲଦାର ଗୋପାଳକୃଷ୍ଣ ରାଉତରାୟ , ସମସ୍ତ ପ୍ରଶାସନ ତଥା ସରକାରୀ ଅଧିକାରୀମାନେ ଉପସ୍ଥିତ ରହିଥିଲେ । ସୋରଡ଼ା ପଞ୍ଚାୟତ ସମିତି କାର୍ଯ୍ୟାଳୟର କର୍ମଚାରୀ ଉପସ୍ଥିତ ରହି ଜନଶୁଣାଣୀ ପରିଚାଳନାରେ ସହଯୋଗ କରିଥିଲେ।