ରକ୍ତବୀର ସମ୍ମାନ -୨୦୨୬ରେ ୬୨ଜଣ ନୟମିତ ରକ୍ତଦାତାଙ୍କୁ ସମ୍ମାନିତ

ଭଞ୍ଜନଗର:୨୭/୦୬ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ) ରକ୍ତ ଆବଶ୍ୟକ କରୁଥିବା ରୋଗୀ ପାଇଁ ରକ୍ତ ଯୋଗାଡ କରିବା ତାର ପରିବାର ପକ୍ଷରେ କେତେ କଷ୍ଟକର ବ୍ୟାପର ତାହ ଅନୁଭବି ହିଁ ଜାଣିଥାଏ। ଜଣେ ଅଜଣା ଅଚିହ୍ନ ଲୋକକୁ ରକ୍ତଦେଇ ଜୀବନ ଦାନ ସଦଶ୍ୟ କାର୍ଯ୍ୟ କରୁଥିବା ରକ୍ତଦାତାର ଅବାଦାନ ଅତୁଳନୀୟ। ଆଉ ରକ୍ତର ଅନ୍ୟ ବିକଳ୍ପ ନଥିବାରୁ ରକ୍ତଦାନ କରୁଥିବା ଲୋକ ସ୍ବର୍ଗିୟ ଆନନ୍ଦ ଲାଭ କରିଥାଏ ବୋଲି ଆଜି ଭଞ୍ଜନଗର ରୋଟାରୀ କ୍ଳବ ପକ୍ଷରୁ ଆଜି ରକ୍ତଦାତାଙ୍କୁ ସମ୍ବର୍ଦ୍ଧନା ଅବସରରେ ମତ ପ୍ରକାଶ ପାଇଛି। ଭଞ୍ଜନଗର ଅଞ୍ଚଳରେ ନିୟମିତ ରକ୍ତଦାନ କରୁଥିବା ପ୍ରାୟ ୬୨ ଜଣ ବ୍ୟକ୍ତିକୁ ଆଜି ରୋଟାରୀ କ୍ଳବ ପକ୍ଷରୁ ‘ରକ୍ତବୀର’ ସମ୍ମାନରେ ସମ୍ମାନିତ କରାଯାଇଛି। ଏହାକୁ ରୋଟାରୀ କ୍ଳବ ସଭାପତି ରଞ୍ଜିତ କୁମାର ବାରିକ ଅଧ୍ୟକ୍ଷତା କରିଥିବା ବେଳେ ଅତିଥି ଭାବେ ବିପଦର ବନ୍ଧୁ ଅନୁଷ୍ଠାନର ପ୍ରତିଷ୍ଠାତା ଜି.ଶିବରାମ ପାତ୍ର,ପ୍ରାକ୍ତନ ଅଧ୍ୟକ୍ଷ କୃତ୍ତିବାସ ବିଶ୍ବାଳ,ଶିକ୍ଷାବିତ ସନ୍ତୋଷ ଜେନା,ଜଗବନ୍ଧୁ ଜେନା,ଶୂଳପାଣି ଶତପଥୀ ପ୍ରମୁଖ ଅତିଥି ଭାବେ ମଞ୍ଚାସୀନ ରହି ସ୍ବେଚ୍ଛାକୃତ ରକ୍ତଦାତାଙ୍କ ଅବଦାନ ସଂର୍ପକରେ କହିଥିଲେ। ଏହାକୁ ସ୍ବେଚ୍ଛାସେବୀ ଅରକ୍ଷିତ ପରିଚ୍ଛା ପରିଚାଳନା କରିଥିବା ବେଳେ ନିୟମିତ ରକ୍ତଦାନ କରୁଥିବା ବ୍ୟକ୍ତି ବିଶେଷଙ୍କ ସମେତ କିଛି ଅନୁଷ୍ଠାନକୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। ଏହାକୁ ପ୍ରଦିପ କୁମାର ଜେନା,ସପନ ଜେନା,ଅନୀଲ କୁମାର ପ୍ରଧାନ,ଶାନ୍ତୁନ କୁମାର ଭୂୟାଁ,ଝୁନା ନାୟକ,ଜଗନ ସୁବୁଦ୍ଧି,ପ୍ରମୋଦ କୁମାର ପ୍ରଧାନ,ସୁଧୀର ଗୌଡ ପ୍ରମୁଖ ପରିଚାଳନା କରିବାରେ ସହଯୋଗ କରିଥିଲେ।