ଶିଶୁ ମାନଙ୍କୁ ଯୌନ ଅପରାଧ ରୁ ସୁରକ୍ଷା ଅଧିନିୟମ ଓ ବନ୍ଧକ ଶ୍ରମିକ ନିରାକରଣ ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ଯାଜପୁର (ଅଭିମନ୍ୟୁ ମିଶ୍ର, ଯାଜପୁର ଜିଲ୍ଲା ପ୍ରତିନିଧି, ଓଡିଶା ଟୁଡେ) ଯାଜପୁର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଯାଜପୁର ଜିଲ୍ଲା ପ୍ରଶାସନ (ଶିଶୁ ସୁରକ୍ଷା ୟୁନିଟ) ଓ ଆଇ. ଜେ.ଏମ ,ଓଡିଶା ର ମିଳିତ ସହଯୋଗ ରେ ଶିଶୁ ସୁରକ୍ଷା ସମ୍ପର୍କିତ ଅଧିନିୟମ ଉପରେ ଜିଲ୍ଲାର ସବୁ ଥାନର ପୁଲିସ ଅଧିକାରୀ, ସ୍ୱତନ୍ତ୍ର କିଶୋର ପୋଲିସ ୟୁନିଟ ର ଅଧିକାରୀ ଓ ଅନ୍ୟ ଅଂଶୀଦାର ସମୂହଙ୍କ ପ୍ରଶିକ୍ଷଣ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ସଂଯୋଜନା ରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଯାଜପୁର ର ଅତିରିକ୍ତ ଜିଲ୍ଲାପାଳ ଯୁଧିଷ୍ଠିର ନାଏକ ଯୋଗଦେଇ କହିଥିଲେ କି ଶିଶୁମାନଙ୍କ ଅଧିକାର ଓ ସୁରକ୍ଷା କ୍ଷେତ୍ରରେ ସମାଜର ପ୍ରମୁଖ ଦୟିତବୋଧ ରହିଛି. ପରିବାର, ପଡୋଶୀ ଓ ସମ୍ପ୍ରଦାୟ ଶିଶୁ ସୁରକ୍ଷା ଅଭିନ୍ନ ଅଙ୍ଗ.. ଆମଦେଶ ରେ ଶିଶୁ ମାନଙ୍କ ସାମଗ୍ରିକ ବିକାଶ ଓ ସୁରକ୍ଷା ପାଇଁ ଅଧିନିୟମ ଓ ଏଥିପାଇଁ ସରକାର ଙ୍କ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେଉଛି. ଆଇନି ର ସଠିକ କାର୍ଯ୍ୟକାରିତା ପାଇଁ ଜନ ସଚେତନତା ର ଆବଶ୍ୟକତା ଅଛି ଓ ବିଭିନ୍ନ ସରକାରୀ ସଂସ୍ଥା ସହ ବେସରକାରୀ ସଂଗଠନ ମଧ୍ୟ କାର୍ଯ୍ୟ କରୁଛି. ଏଥି ସତ୍ୱେ ଅନେକ ପିଲା ଅସୁବିଧାଜନକ ସ୍ଥିତି କୁ ଚାଲି ଯାଉଛନ୍ତି.. ଶିଶୁ ସୁରକ୍ଷାପାଇଁ ଆମକୁ ତୃଣମୂଳ ସ୍ଥରରୁ ଆନ୍ତ ବିଭାଗୀୟ ସମନ୍ୱୟ ପ୍ରତିଷ୍ଠା କରିବାକୁ ହେବ. ଅତିରିକ୍ତ ଜିଲ୍ଳାପାଳ, ତାଙ୍କ ବକ୍ତବ୍ୟରେ କହିଲେକି ଆଜି ଜିଲ୍ଲା ରେ ପୋଲିସ ଅଧିକାରୀ ମାନଙ୍କ ଶିଶୁ ମାନଙ୍କୁ ଯୌନ ଅପରାଧ ରୁ ସୁରକ୍ଷା ଅଧିନିୟମ 2012 ଓ
ବନ୍ଧକ ଶ୍ରମ ପ୍ରଥା ଉଚ୍ଛେଦ ଆଇନ-୧୯୭୬ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବାରୁ, ସେ ସ୍ୱାଗତ କରିଥିଲେ ଓ ଏହାର ଉଛେଦ ଦିଗରେ ସମସ୍ତଙ୍କ ସହଯୋଗ କାମନା କରିଥିଲେi
ଅନ୍ୟତମ ସମ୍ମାନିତ ଅତିଥି ରୂପେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ,ଶ୍ରୀଯୁକ୍ତ ଶିତିକଣ୍ଠ କାନୁନଗୋ ଯୋଗଦେଇ ଆଇନି ର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ ଓ ଶିଶୁ ସୁରକ୍ଷା ପାଇଁ ଜିଲ୍ଲାର ଅଂଶୀଦାର ସମୂହଙ୍କ ସହଯୋଗ ଉପରେ ଗୁରୁତ୍ୱ ଦେଇଥିଲେ ,
ଉକ୍ତ ତାଲିମରେ ଅନ୍ୟତମ ସମ୍ମାନିତ ଅତିଥି ରୂପେ ଶିଶୁ ମଙ୍ଗଳ ସମିତିର ଅଧକ୍ଷ ଶ୍ରୀଯୁକ୍ତ ଦିବ୍ୟଭୂଷଣ ମହାନ୍ତି , ଯତ୍ନ ଓ ସୁରକ୍ଷା ଲୋଡୁଥିବା ପିଲାମାନ ଙ୍କୁ କମିଟିରେ ଉପସ୍ଥାପନ ଓ ଥଇଥାନ ଉପରେ ଗୁରୁତ୍ୱ ଆରୋପ କରିଥିଲେ , ଉପଖଣ୍ଡ ଆରକ୍ଷୀ ଅଧିକାରୀ ପ୍ରଶାନ୍ତ କୁମାର ମାଝୀ , ଅତିରିକ୍ତ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡ. ରମେଶ ଚନ୍ଦ୍ର ମଲ୍ଲିକ ପ୍ରମୁଖ ଅତିଥି ଭାବେ ଯୋଗଦାନ କରି ବକ୍ତବ୍ୟ ରଖିଥିଲେ.
କାର୍ଯ୍ୟକ୍ରମରେ ଉତ୍କଳ ସେବକ ସମାଜର ସମ୍ପାଦକ ତଥା ଓଡ଼ିଶା ଉଚ୍ଚ ନ୍ୟାୟାଳୟ, କଟକ ର ବରିଷ୍ଠ ଆଇନଜୀବୀ ଡ. ଅମିୟ ଭୂଷଣ ବିଶ୍ୱାଳ ବିଷୟ ବିଷୟ ବିଶାରଦ ଭାବେ ଯୋଗଦେଇ ବନ୍ଧକ ଶ୍ରମ ପ୍ରଥା ଉଚ୍ଛେଦ ଆଇନ-୧୯୭୬ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ସେହିପରି ବିଶିଷ୍ଟ ଆଇନଜୀବୀ ଓ ଶିଶୁ ସୁରକ୍ଷା ବିଶେଷଜ୍ଞ ପ୍ରମୋଦ କିଶୋର ଆଚାର୍ଯ୍ୟ ଶିଶୁ ମାନଙ୍କୁ ଯୌନ ଅପରାଧରୁ ସୁରକ୍ଷା ଅଧିନିୟମ-୨୦୧୨ ଉପରେ ପ୍ରଶିକ୍ଷଣ ପ୍ରଦାନ କରି ଏହାର ବିଭିନ୍ନ ଆଇନଗତ ଦିଗ ଏବଂ ପୁଲିସର ଭୂମିକା ସମ୍ପର୍କରେ ଉପସ୍ଥିତ ଅଧିକାରୀମାନଙ୍କୁ ଅବଗତ କରାଇଥିଲେ।
ଏହି ତାଲିମ ଶିବିରରେ ଜିଲ୍ଲାର ବିଭିନ୍ନ ଥାନାର ଆଇ.ଆଇ.ସି, ଏସ. ଆଇ.,ଏ .ଏସ . ଆଇ., ଏସ.ଜେ.ପି.ୟୁ ର ଅଧିକାରୀ, ଚାଇଲଡ ହେଲ୍ପ ଲାଇନ, ସାମାଜିକ ସଂଗଠନ – ଉତ୍କଳ ସେବକ ସମାଜ , ଆଇ. ଜେ.ଏମ ର କର୍ମକର୍ତ୍ତା ଓ ଶିଶୁ ସୁରକ୍ଷା କର୍ମୀ ପ୍ରମୁଖ ଯୋଗଦେଇଥିଲେ । ଶିଶୁ ସୁରକ୍ଷା, ଶିଶୁ ଅଧିକାର, ମାନବ ଚାଲାଣ ନିରାକରଣ ଏବଂ ବନ୍ଧକ ଶ୍ରମ ପ୍ରଥା ଉଚ୍ଛେଦ ଆଇନର ସଠିକ୍ କାର୍ଯ୍ୟକାରିତା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା
ଶିଶୁ ସୁରକ୍ଷା କର୍ମୀ ଶ୍ରୀ ମଣ୍ଟୁ ଦାସ ଜ଼ିଲ୍ଲା ରେ ଶିଶୁ ମାନଙ୍କ ସମସ୍ୟା ଓ ସମାଧାନର ମାର୍ଗ ଉପରେ ଆଲୋକପାତ କରିଥିଲେ ।
ଉକ୍ତ ପ୍ରଶିକ୍ଷଣ ରେ ଜିଲ୍ଲା ମହିଳା ହବ ର ସଂଯୋଜକ ପ୍ରଭାତ ଘଡେଇ, ଏକକ ରହଣି କେନ୍ଦ୍ରର ପରିଚାଳିକା ନିବେଦିତା ଶରଣ, ଚାଇଲଡ ହେଲ୍ପ ଲାଇନ ର ସଂଯୋଜକ ବରେନ୍ଦ୍ରକୃଷ୍ଣ ଦାସ, ଶକ୍ତି ସଦନ ର ଅଧକ୍ଷା ଯୋଗଦେଇଥିଲେ.
ଶେଷରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର ଆଇନି ଅଧିକାରୀ ରୋଜାଲିନ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।