ମାଲକାନଗିରି: ନକ୍ସଲ ଆକ୍ରମଣ, ଦୁଇ ଯବାନ ସହିଦ

ମାଲକାନଗିରି (ଓଡ଼ିଶା ଟୁଡେ): ମାଲକାନଗିରି ସୀମାନ୍ତ ଛତିଶଗଡ଼ରେ ପୁଣି ମାଓ ହିଂସା। ନକ୍ସଲ ଅପେରସନରେ ବିଜପୁର ଓ ସୁକମା ସୀମାନ୍ତ ଜଙ୍ଗଲରେ କୁମ୍ବିଂ କରୁଥିବା ଯବାନଙ୍କ ଉପରେ ନକ୍ସଲ ଆକ୍ରମଣ। ନକ୍ସଲ ପାଇପ ବୋମା ଦ୍ୱାରା ଯବାନଙ୍କ ଉପରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ଦୁଇ ଜଣ ଯବାନ ସହିଦ ଓ ୬ ଜଣ ଯବାନ ଗୁରୁତର ହୋଇଥିଲେ। ୪ ଜଣ ଯବାନ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି। ଆହତ ଯବାନଙ୍କ ଉତ୍ତମ ଚିକିତ୍ସା ପାଇଁ ଏୟାର ଲିଫ୍ଟ କରାଯିବ ବୋଲି ଜଣାପଡିଛି। ସହିଦ ଯବାନ ହେଲେ ଏସ ଟି ଏଫ ବାଟାଲିୟନର କନେଷ୍ଟବଳ ଭାରତ ସାହୁ ଏବଂ ସତେର ସିଂହ କାଙ୍ଗେ। ଘଟଣାସ୍ଥଳରେ ସୁରକ୍ଷା କର୍ମୀ ସର୍ଚ୍ଚ ଅପେରସନ ଜୋରଦାର କରୁଛନ୍ତି।

Leave a Reply

Your email address will not be published. Required fields are marked *