ମସ୍ତିଷ୍କ ଟ୍ୟୁମର ପୀଡ଼ିତ ପ୍ରତିଯୋଗୀଙ୍କ କାହାଣୀ ଶୁଣି ଭାବପ୍ରବଣ ହେଲେ ଅମିତାଭ

ନୂଆଦିଲ୍ଲୀ: ‘କୌନ ବନେଗା କରୋଡପତି’ ସିଜନ-୧୬ ଆରମ୍ଭ ହୋଇଯାଇଛି।  ଅନେକ ପ୍ରତିଯୋଗୀ ଏହି ସୋ’ ମାଧ୍ୟମରେ ଏପର୍ଯ୍ୟନ୍ତ ଲକ୍ଷଲକ୍ଷ ଟଙ୍କା ଜିତି ସାରିଛନ୍ତି । ନିକଟରେ ଏପିସୋଡରେ ବିଷ୍ଣୁ ଅଚ୍ୟୁତଙ୍କ ପରେ ରାଜସ୍ଥାନର ନରେଶୀ ମୀଣା ହଟ ସିଟକୁ ଆସି ଖେଳ ଖେଳିବାର ସୁଯୋଗ ପାଇଥିଲେ ।

‘କୌନ ବନେଗା କରୋଡପତି’ ପ୍ରୋମୋରେ ଏହା ଦେଖିବାକୁ ମିଳିଛି ଯେ ନରେସି ମିଣା ଟ୍ୟୁମର ଭଳି ଗମ୍ଭୀର ରୋଗରେ ପୀଡ଼ିତ ଅଛନ୍ତି। ଏହାର ସେ ଚିକିତ୍ସା କରାଇଥିଲେ ବି ଏହ‌ା ସମ୍ପୂର୍ଣ୍ଣ ଭାବେ ଭଲ ‌ହୋଇନାହିଁ। ତଥାପି ନରେସି ନିଜ ଉପରୁ ବିଶ୍ବାସ ତୁଟାଇ ନାହାନ୍ତି। ଯାହାକୁ ବିଗ ବି ଭୁରିଭୁରି ପ୍ରଶଂସା କରିବା ସହିତ ତାଙ୍କ ଚିକିତ୍ସାରେ ସାହାଯ୍ୟ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି ।

ଟ୍ୟୁମର ପରି ଏକ ଗୁରୁତର ରୋଗରେ ପୀଡିତ ନରେଶିଙ୍କ କାହାଣୀ ଶୁଣିବା ପରେ ଅମିତାଭ ବଚ୍ଚନ କେବିସିରେ ଭାବପ୍ରବଣ ହୋଇ ଯାଇଥିଲେ। ନରେଶି ଅମିତାଭ ବଚ୍ଚନଙ୍କୁ କହିଥିଲେ, ‘ସାର୍, ମୋତେ ୨୦୧୮ ମସିହାରେ ମସ୍ତିଷ୍କ ଟ୍ୟୁମରରେ ଚିହ୍ନଟ କରାଯାଇଥିଲା। ୨୦୧୯ ରେ ମୋର  ଅସ୍ତ୍ରୋପଚାର କରାଯାଇଥିଲା ।

Leave a Reply

Your email address will not be published. Required fields are marked *