ଶୂନ୍ୟକାଳରେ କଳ୍ପତରୁ ଦାସଙ୍କ ପ୍ରତିମୂର୍ତ୍ତିକୁ ଅପମାନ ପ୍ରସଙ୍ଗ…

ଭୁବନେଶ୍ବର: ଯାଜପୁର ଧର୍ମଶାଳାରେ କଳ୍ପତରୁ ଦାସ ଷ୍ଟାଡିୟମରେ କିଛି ଦିନ ତଳେ ବିଜେପିର କାର୍ଯ୍ୟକାରିଣୀ ହୋଇଥିଲା । ସେଦିନ ସ୍ଵର୍ଗତଃ କଳ୍ପତରୁ ଦାସଙ୍କ ପ୍ରତିମୂର୍ତ୍ତିର ମୁହଁକୁ ଗେରୁଆବସ୍ତ୍ରରେ ଢାଙ୍କି ଦିଆଯାଇଥିଲା। ତାପରେ ବିଜେପି କାର୍ଯ୍ୟକାରିଣୀ ହୋଇଥିଲା ।

ସ୍ଵର୍ଗତ କଳ୍ପତରୁ ଦାସ ଚାରି-ଚାରି ଥର ବିଧାୟକ ତଥା ସାଂସଦଙ୍କ ହୋଇଥିଲେ। ଏଭଳି କାର୍ଯ୍ୟ ଅପମାନ ଜନକ ଓ ଲଜ୍ଜାଜନକ ଘଟଣା ବୋଲି ବିରୋଧୀ ଦଳ ପକ୍ଷରୁ ଅଭିଯୋଗ କରାଯାଇଛି ।

ଏହାପରେ ସରପଞ୍ଚମାନେ ବିଡ଼ିଓଙ୍କୁ ଦେଖା କରିବାକୁ ଯାଇଥିଲେ। କିନ୍ତୁ ବିଡ଼ିଓ ଦେଖା କରି ନ ଥିଲେ। ନିର୍ବାଚିତ ପ୍ରତିନିଧିଙ୍କୁ ଗୁଣ୍ଡା ଶ୍ରେଣୀୟ ବ୍ୟକ୍ତି ମାରଧର କରିଥିଲେ। ଶୂନ୍ୟକାଳରେ ଏହି ପ୍ରସଙ୍ଗକୁ ଚାନ୍ଦବାଲି ବିଜେଡ଼ି ବିଧାୟକ  ବ୍ୟୋମକେଶ ରାୟ ଉଠାଇଥିଲେ ।

ସେପଟେ ପଏଣ୍ଟ ଅଫ ଅର୍ଡର ନେଇ ଗୃହରେ କଡା ଜବାବ ରଖିଥିଲେ ବଡ଼ଚଣା ବିଧାୟକ ଅମର ନାୟକ। ବିଜେପି କାର୍ଯ୍ୟକାରିଣୀ ସହ କଳ୍ପତରୁ ଦାସଙ୍କ ପ୍ରତିମୂର୍ତ୍ତି ମୁହଁକୁ ଢାଙ୍କିବାର କୌଣସି ସମ୍ପର୍କ ନାହିଁ ବୋଲି ସେ କହିଥିଲେ ।

Leave a Reply

Your email address will not be published. Required fields are marked *