
ଇନ୍ସପେକ୍ଟର, ୧୧ ଜଣ ଏଏସ୍ଆଇ ସାମିଲ ଥିଲେ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ନେଇ ଭିଜିଲାନ୍ସ ପକ୍ଷରୁ ଶ୍ରୀ ରାଓଙ୍କ ନାମରେ ବିପୁଳ ଜମାରାଶି, ନଗଦ ଟଙ୍କା ନେଇ ଭିଜିଲାନ୍ସ ଟିମ୍ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି। ତେବେ ଚଢ଼ାଉ ସରିନଥିବାରୁ ସମ୍ପୂର୍ଣ୍ଣ ସମ୍ପତ୍ତିର ସଠିକ୍ ସୂଚନା ହସ୍ତଗତ ହୋଇପାରିନାହିଁ ।
ଗ୍ରାମ୍ୟ ନିର୍ମାଣ ବିଭାଗ, ବାଲେଶ୍ୱର ମଣ୍ଡଳ ଅଧୀନରେ ବାଲେଶ୍ୱର ଜିଲ୍ଲା ସମେତ ଭଦ୍ରକ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲା ରହିଥିଲା। ଏହି ୪ ଜିଲ୍ଲାରେ ବଡ଼ବଡ଼ ନିର୍ମାଣ କାର୍ଯ୍ୟ ନିମନ୍ତେ ହେଉଥିବା ଟେଣ୍ଡରରେ ମଣ୍ଡଳ ମୁଖ୍ୟଯନ୍ତ୍ରୀ ପ୍ରତ୍ୟକ୍ଷ ଭାବେ ବ୍ୟାପକ ଅନିୟମିତତାରେ ସାମିଲ ଥିଲେ, ଯାହାକୁ ନେଇ ୨୦୨୧ରେ ତାଙ୍କ ବିରୋଧରେ ଭିଜିଲାନ୍ସ ବିଭାଗକୁ ଅଭିଯୋଗ ସହ ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କୁ ଟୁଇଟ କରାଯାଇଥିଲା ।
ତେବେ ବାରିପଦାରେ କିଛି ଠିକାଦାରଙ୍କୁ ସୁହାଇବା ଭଳି ଟେଣ୍ଡର ବଦଳାଇବା ନେଇ ୨୪.୦୨.୨୦୨୧ରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ହେଲେ ସରକାର ଓ ଭିଜିଲାନ୍ସ ନିରବ ରହିଥିଲେ। ଅଭିଯୋଗର ବହୁବର୍ଷ ପରେ ଏହି କୁବେର ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କ ବିରୋଧରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ନେଇ ଚଢ଼ାଉ ହେବାପରେ ବିଭିନ୍ନ ମହଲରେ ଆଲୋଚନା ଜୋର୍ ଧରିଛି ।