ମେଜରଙ୍କ ବାନ୍ଧବୀଙ୍କୁ ପିଏସ୍‌ଓ ଯୋଗାଇଲା ପୁଲିସ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରସ୍ଥିତ ଭରତପୁର ଥାନା ବିବାଦ ଦେଖାଯିବା ପରେ ସେନାବାହିନୀର ମେଜର୍ ଗୁରୁବନ୍ତ ସିଂଙ୍କ ଓ ତାଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କୁ କମିସନରେଟ୍‌ ପୁଲିସ ସୁରକ୍ଷା ଯୋଗାଇ ଦେଇଛି। ଉଭୟ ମେଜର ଓ ତାଙ୍କ ବାନ୍ଧବୀଙ୍କୁ କମିସନରେଟ୍‌ ପୁଲିସ ୨୪ ଘଣ୍ଟିଆ ସୁରକ୍ଷାରେ ରହିବେ।ଗତ ୧୫ ତାରିଖ ରାତିରେ ଭରତପୁର ଥାନା ଅଞ୍ଚଳରେ ଘଟିଥିବା କାଣ୍ଡ ପରେ ଆଜକୁ ୧୦ ଦିନ ହେଲା ଚର୍ଚ୍ଚା ଜାରି ରହିଛି। ନିଜକୁ ଅସୁରକ୍ଷିତ ମନେ କରି ମେଜର ଓ ତାଙ୍କ ବାନ୍ଧବୀ କମିସନରେଟ୍‌ ପୁଲିସକୁ ସୁରକ୍ଷା ମାଗିଥିଲେ ।

ତେବେ ସେମାନଙ୍କର ଆବଶ୍ୟକତାକୁ ଦୃଷ୍ଟିରେ ରଖି କମିସନରେଟ୍‌ ପୁଲିସ ସୁରକ୍ଷା ଯୋଗାଇ ଦେଇଛି।ଅଙ୍କିତା ପ୍ରଧାନଙ୍କୁ ମାଡ଼ ମରାଯିବା ଘଟଣାରେ ପୁଲିସ ଡିଜି ପୂର୍ବରୁ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏହି ମାମଲାରେ ଭରତପୁର ଥାନାର ୫ ଜଣ ପୁଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ନିଲମ୍ବିତ କର୍ମଚାରୀମାନେ ହେଲେ ଭରତପୁର ଥାନାର ପୂର୍ବତନ ଆଇଆଇସି ଦୀନକୃଷ୍ଣ ମିଶ୍ର, ଏସଆଇ ବୈଶାଳିନୀ ପଣ୍ଡା, ଏଏସଆଇ ସଲିଳମୟୀ ସାହୁ, ସାଗରିକା ରଥ ଏବଂ କନେଷ୍ଟବଳ ବଳରାମ ହାଁସଦା ।

Leave a Reply

Your email address will not be published. Required fields are marked *