ଶ୍ରେଷ୍ଠ ଅଭିନେତା ଓ ଅଭିନେତ୍ରୀ ଭାବେ ପୁରସ୍କୃତ ହେଲେ ଏହି ଦୁଇ ନାମୀ କଳାକାର

ନୂଆଦିଲ୍ଲୀ: ଦୁବାଇର ଆବୁ ଧାବିରେ କିଛିଦିନହେବ ଚଳଚ୍ଚିତ୍ର ତାରକାମାନଙ୍କର ଏକ ମେଳାର ଆୟୋଜନ କରାଯାଇଛି। ଏଠାରେ ଆଇଫା ପୁରସ୍କାର ୨୦୨୪ଆୟୋଜିତ ହୋଇଛି । ଆଇଫା ଉତ୍ସବ ୨୦୨୪ର ପ୍ରଥମ ଦିନରେ ଆୟୋଜିତ କାର୍ଯ୍ୟକ୍ରମରେ ଦକ୍ଷିଣ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ତାରକାମାନେ ପ୍ରାଧାନ୍ୟ ବିସ୍ତାର କରିଥିଲେ । ଏହାପରେ ଶ୍ରେଷ୍ଠ ଅଭିନେତା, ଅଭିନେତ୍ରୀ, ଚଳଚ୍ଚିତ୍ର ଏବଂ ନିର୍ଦ୍ଦେଶକଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଦ୍ୱିତୀୟ ଦିନରେ ବଲିଉଡ ତାରକାମାନେ ସେମାନଙ୍କ ଜଲୱା ଦେଖାଇଥି‌ଲେ। ଏହି କାର୍ଯ୍ୟକ୍ରମକୁ ଶାହାରୁଖ ଖାନ, ଭିକ୍କି କୌଶଲ ଏବଂ କରଣ ଜୋହର ପରିଚାଳନକା କରିଥିଲେ । ଏହି ତିନିଜଣ ଏକାଠି ମଞ୍ଚ‌ରେ ଖୁବ ମଜା କରିବା ସହିତ ଦର୍ଶକଙ୍କର ମନୋରଞ୍ଜନ ବି କରିଥିଲେ ।

ଏହି କା୍ର୍ଯ୍ୟକ୍ରମରେ କିଛି କଳାକାଥର ନିଜର ଦମଦାର ପ୍ରଦର୍ଶନ କରିଥିବା ବେଳେ ଆଉକିଛି କଳାକାରଙ୍କୁ ବର୍ଷ ତମାମ ଦେଖାଇଥିବା ସୁନ୍ଦର ପ୍ରଦର୍ଶନ ପାଇଁ ପୁରସ୍କୃତ କରାଯାଇଛି। ଶାହରୁଖଙ୍କ ଡାଉନ ଟୁ ଆର୍ଥ ବ୍ୟକ୍ତିତ୍ବ ପାଇଁ ସେ ସର୍ବଦା ଚର୍ଚ୍ଚାରେ ଥାଆନ୍ତି। ଏହି ଆୱାର୍ଡ କାର୍ଯ୍ୟକ୍ରମରେ ଶାହରୁଖଙ୍କୁ ଶ୍ରେଷ୍ଠ ଅଭିନେତା ଭାବେ ପୁରସ୍କୃତ କରାଯାଇଥିବା ବେଳେ ଶ୍ରେଷ୍ଠ ସିନେମା ଅଭିନେତ୍ରୀ ଭାବେ ରାଣୀ ମୁଖାର୍ଜୀଙ୍କ ପୁରସ୍କୃତ କରାଯାଇଛି ।

ଏହି କ୍ରମରେ ଦେଖିବାକୁ ଗଲେ ଶ୍ରେଷ୍ଠ ସିନେମା(‘ଏନିମଲ’-ଭୂଷଣ କୁମାର, କୃଷ୍ଣ କୁମାର, ପ୍ରଣୟ ରେଡ୍ଡି ବାଙ୍ଗା। ଶ୍ରେଷ୍ଠ ନିର୍ଦ୍ଦେଶକ: ବିଧୁ ବିନୋଦ ଚୋପ୍ରା। ‌ଶ୍ରେଷ୍ଠ ସିନେମା ଅଭିନେତା: ଶାହରୁଖ ଖାନ, ଶ୍ରେଷ୍ଠ ସିନେମା ଅଭିନେତ୍ରୀ: ରାଣୀ ମୁଖାର୍ଜୀ। ଶ୍ରେଷ୍ଠ ସହ ଅଭିନେତା: ଅନିଲ କପୁର(ଏନିମଲ)ଙ୍କୁ ପୁରସ୍କୃତ କରାଯାଇଥିବା ବେଳେ ‌‌ଶ୍ରେଷ୍ଠ ସହ ଅଭିନେତ୍ରୀ ଶବାନା ଆଜାମୀଙ୍କୁ ଆଇଫା ଆୱାର୍ଡ ପ୍ରଦାନ କରାଯାଇଛି। ଶବାନା ଏହି ସମ୍ମାନ ରାକି ଓ ରାନି ପ୍ରେମ କହାନି ପାଇଁ ପ୍ରାପ୍ତ କରିଛନ୍ତି। ଏହି ଆଇଫା ଆୱାର୍ଡ ବଲିଉଡ ଶିଳ୍ପର ଶ୍ରେଷ୍ଠ ପୁରସ୍କାର ମଧ୍ୟରେ ଅନ୍ୟତମ ।

Leave a Reply

Your email address will not be published. Required fields are marked *