ଯୁବକଙ୍କୁ ଭୁଜାଲିରେ ହାଣିଲେ ଦୁଇଭାଇ

ସୁନ୍ଦରଗଡ଼: ଗାଁ ଦାଣ୍ଡରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା। ଭୁଜାଲିରେ ହାଣି ହତ୍ୟା ଅଭିଯୋଗ। ସୁନ୍ଦରଗଡ଼ ସଦର ଥାନା ରତନପୁର ଗାଁ ରାସ୍ତା ମନୋଜ ସା ଓରଫ ପାଣ୍ଡୁକୁ ହତ୍ୟା କରିଛନ୍ତି ଗାଁର ଦୁଇ ଭାଇ ବିଜୟ ମହାନନ୍ଦିଆ ଏବଂ ଡୁଲାମଣି ମହାନନ୍ଦିଆ। ମନୋଜ ସକାଳୁ ବିଜୟ ଘରକୁ ଯାଇଥିବା ବେଳେ ସେଠାରେ କୌଣସି କଥାକୁ ଝଗଡ଼ା ହେଇଥିଲା । ଦୁଇ ଭାଇ ମନୋଜକୁ ମୁଥ ମାରି ନାକ ଫଟାଇ ଦେଲା ପରେ ମନୋଜ ଘରୁ ବାହାରକୁ ବାହାରି ଯାଇଥିଲା, କିନ୍ତୁ ଦୁଇ ଭାଇ ଏକ ଭୁଜାଲି ଧରି ରାସ୍ତାରେ ତାକୁ ହାଣି ହତ୍ୟା କରିଥିଲେ ।

ଘଟଣା ସମୟରେ କିଛି ଲୋକ ତାଙ୍କୁ ଛଡ଼ାଇବା ପାଇଁ ଚେଷ୍ଟା କରିଥଲେ, କିନ୍ତୁ ମନୋଜକୁ ବଞ୍ଚାଇ ପାରିନଥିଲେ। ହତ୍ୟା କରିବା ପରେ ଦୁଇ ଭାଇ ଫେରାର ହେଉଥିବା ବେଳେ ବିଜୟ ମହାନନ୍ଦିଆକୁ ପୁଲିସ ଗିରଫ କରିବାରେ ସଫଳ ହୋଇଛି। ଡୁଲାମଣି ଏବେ ବି ଫେରାର ରହିଛି। ତେବେ ଏମାନଙ୍କ ମଧ୍ୟରେ କାହିଁକି ଝଗଡ଼ା ହେଲା ତାହା ଜଣା ପଡିନାହିଁ। ବର୍ତ୍ତମାନ ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକ କରି ଶୀଘ୍ର ଫେରାର ହତ୍ୟାକାରୀକୁ ଧରିବା ପାଇଁ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *