ପ୍ରେମରେ ଧୋକା: ଆପାର୍ଟମେଣ୍ଟରୁ ଡେଇଁ ଜୀବନ ହାରିଲେ ଯୁବ ଇଞ୍ଜିନିୟର

ଭୁବନେଶ୍ବର: ଆପାର୍ଟମେଣ୍ଟରୁ ଡେଇଁ ଜୀବନ ହାରିଲେ ଯୁବ ଇଞ୍ଜିନିୟର। ୮ ମହଲାରୁ ଡେଇଁ ଜୀବନ ହାରିଛନ୍ତି ଖାରବେଳନଗର ଚନ୍ଦ୍ରମା କମ୍ପ୍ଲେକ୍ସ ଆପାର୍ଟମେଣ୍ଟରେ ରହୁଥିବା ରୋନିତ ଜେନା। ରୋନିତଙ୍କ ବୟସ ୨୩।ପରିବାର ଲୋକଙ୍କ କହିବା ମୁତାବକ ପ୍ରେମରେ ଧୋକା ପାଇଁ ମାନସିକ ସ୍ତରରେ ଭାଙ୍ଗି ପଡିବା ପରେ ଏଭଳି କହିଛନ୍ତି ରୋନିତ। ଆତ୍ମହତ୍ୟା ପୂର୍ବର ଚିତ୍ର ସିସିଟିଭିରେ କଏଦ ହୋଇଛି। ବ୍ରହ୍ମପୁରର ଜଣେ ଯୁବତୀଙ୍କୁ ଭଲ ପାଉଥିଲେ ରୋନିତ। ଯୁବତୀଙ୍କ ସମସ୍ତ ଖର୍ଚ୍ଚ ମଧ୍ୟ ବହନ କରୁଥିଲେ। କୌଣସି କଥାକୁ କେନ୍ଦ୍ର କରି ପ୍ରେମରେ ପୂର୍ଣ୍ଣଛେଦ ପଡିଥିଲା। ଯାହାକୁ ନେଇ ରୋନିତ ବେଶ ଚିନ୍ତାଗ୍ରସ୍ତ ଥିଲେ। ସେପଟେ ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଛି। ଉକ୍ତ ଯୁବତୀଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ଦାବି କରିଛନ୍ତି ମୃତକଙ୍କ ପରିବାର ଲୋକେ ।

Leave a Reply

Your email address will not be published. Required fields are marked *