ପୂର୍ବରୁ ରାସ୍ତା କଡ଼ରୁ କିଣୁଥିଲି, ଆଜି ମଧ୍ୟ କିଣିଲି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାରଠାରୁ ୨ ଦିନିଆ କେନ୍ଦୁଝର ଗସ୍ତ ଯାଉଛନ୍ତି। ଏହା ପୂର୍ବରୁ ସେ ତାଙ୍କ ପତ୍ନୀଙ୍କ ସହ ୟୁନିଟ୍ ୧ ମାର୍କେଟ ଆସିଥିଲେ । ସେଠାରେ ଫୁଟପାଥ୍‌ରୁ ଦୀପ ସହ ଅନ୍ୟାନ୍ୟ ସାମଗ୍ରୀ କିଣିଥିଲେ। ପତ୍ନୀଙ୍କ ସହ ଦୀପ କିଣିବା ସହ ବିଭିନ୍ନ ଦୀପ ଦୋକାନ ମଧ୍ୟ ବୁଲିଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ମୁଁ ପୂର୍ବରୁ ୧ ନମ୍ବର ମାର୍କେଟ ରାସ୍ତା କଡ଼ରୁ ଦୀପାବଳି ପାଇଁ ଆବଶ୍ୟକ ସମାଗ୍ରୀ କିଣୁଥିଲି, ଆଜି ମଧ୍ୟ କିଣିଲି। ଏହାଦ୍ବାରା ଆମ ଓଡ଼ିଶାର ଗରିବ ବେପାରି ବେଶ୍ ଉପକୃତ ହୋଇ ପାରିବେ ବୋଲି ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ କହିଛନ୍ତି। ଏହା ସହିତ ମୁଖ୍ୟମନ୍ତ୍ରୀ ଓଡ଼ିଆ ଅସ୍ମିତା ଆଉ ପରମ୍ପରା ଉପରେ ଗୁରୁତ୍ୱାରୋପ କରିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କୁ ୟୁନିଟ୍ ୧ ମାର୍କେଟରେ ଦେଖି ବ୍ୟବସାୟୀମାନେ ଖୁସି ବ୍ୟକ୍ତ କରିଥିଲେ । ସେ ବିଭିନ୍ନ ବ୍ୟବସାୟୀଙ୍କ ସହ ବି କଥାବାର୍ତ୍ତା କରିଥିଲେ ।

ସାଧାରଣ ଲୋକ ଏବଂ ସରକାରଙ୍କ ମଧ୍ୟରେ ଦୂରତାକୁ ଦୂର କରିବା ପାଇଁ ମୋହନ ସରକାରଙ୍କ ଏହା ଏକ ନିଆରା ପ୍ରୟାସ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।

Leave a Reply

Your email address will not be published. Required fields are marked *