ନବଜାତ ଶିଶୁକନ୍ୟା ବିକ୍ରି ଚର୍ଚ୍ଚା: ପୁଲିସ୍‌ ସହାୟତାରେ ହେବ ଖୋଳତାଡ଼

ଲାଠୋର: ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ୍‌ କରୁଆଁଝର ପଞ୍ଚାୟତ ଅଞ୍ଚଳରେ ଜଣେ ନବଜାତ ଶିଶୁ ବିକ୍ରି ଚର୍ଚ୍ଚା ଜୋର ଧରିଛି। ତେବେ ପ୍ରଶାସନ ପାଖରେ ଏନେଇ କିଛି ଠୋସ୍‌ ଖବର ନାହିଁ। ନଭେମ୍ବର ୨ ତାରିଖ ସୁନାମୁଦି ଉପସ୍ୱାସ୍ଥ୍ୟକେନ୍ଦ୍ରଠାରେ କରୁଆଁଝର ପଞ୍ଚାୟତ ଅଞ୍ଚଳର ଜଣେ ଗର୍ଭବତୀ ମହିଳାଙ୍କ ପ୍ରସବ ହୋଇଥିଲେ। ସେ ଏକ ସୁସ୍ଥ ଶିଶୁ କନ୍ୟା ଜନ୍ମ ଦେଇଥିଲେ। ପ୍ରସବ ପରେ ସ୍ଥାନୀୟ ଆଶା ଦିଦିଙ୍କ ସହ ସମ୍ପୃକ୍ତ ମହିଳା ଓ ଶିଶୁ କନ୍ୟା ସହିତ ଘରକୁ ଫେରି ଆସିଥିଲେ। ପୁଣି ଆଶା ଦିଦି ୩ ତାରିଖ ଦିନ ଶିଶୁର ଅବସ୍ଥା ନିରୀକ୍ଷଣ ପାଇଁ ତାଙ୍କ ଘରକୁ ଯାଇଥିଲେ। ହେଲେ ଜନ୍ମିତ ଶିଶୁ କନ୍ୟା ଉକ୍ତ ଘରେ ନ ଥିଲା ।

ଖ ପ୍ରାଖୋଲ ବ୍ଲକ୍‌ କରୁଆଁଝର ପଞ୍ଚାୟତ ଅଞ୍ଚଳରେ ଜଣେ ନବଜାତ ଶିଶୁ ବିକ୍ରି ଚର୍ଚ୍ଚା ଜୋର ଧରିଛି। ଖପ୍ରାଖୋଲ ଏମ୍‌ଓଆଇସି ସୁରଜ ଦୀପ ପୁଲିସ୍‌ର ସହଯୋଗରେ ମାମଲାର ତଦନ୍ତ ହେବ ବୋଲି ପ୍ରତିକ୍ରିୟା ରଖିଛନ୍ତି।ଶିଶୁ କନ୍ୟା ସମ୍ପର୍କରେ ସେ ପରିବାର ଲୋକ ଶିଶୁଙ୍କୁ ପଚାରିଥିଲେ। ଶିଶୁକୁ ସମ୍ପର୍କୀୟ ଲୋକଙ୍କୁ ଦେଇଥିବା ପରିବାର ଲୋକେ କହିଥିଲେ। ତାଙ୍କ କଥାବାର୍ତ୍ତାରୁ ସନ୍ଦେହ କରି ଆଶା ଦିଦି ସ୍ଥାନୀୟ ଏଏନ୍‌ଏମ୍‌ଙ୍କୁ ଘଟଣା ବିଷୟରେ ଅବଗତ କରିଥିଲେ। ଏଏନ୍‌ଏମ୍‌ ଜଣକ ବିଭାଗୀୟ ସୁପର୍‌ଭାଇଜର୍‌ଙ୍କୁ ଜଣାଇଥିଲେ। ହେଲେ, ଘଟଣାର ୧୦ ଦିନ ପରେ ମଧ୍ୟ ଖପ୍ରାଖୋଲ ଏମ୍‌ଓଆଇସିଙ୍କ ପାଖରେ ଖବର ନାହିଁ। ବିଷୟ ଚର୍ଚ୍ଚା ହେବା ପରେ ଗଣମାଧ୍ୟମ ପ୍ରତିନିଧି ଶିଶୁକନ୍ୟାର ପରିବାରକୁ ସାକ୍ଷାତ କରିଥିଲେ। ଶିଶୁକନ୍ୟାର ମା’ ବରଗଡ଼ ଜିଲ୍ଲାରେ ଥିବା ସମ୍ପର୍କୀୟମାନଙ୍କୁ ଲାଳନପାଳନ କରିବା ପାଇଁ ତାକୁ ଦେଇ ଦେଇଦେଇଛୁ ବୋଲି କହିଥିଲେ। ହେଲେ ସେ ସମ୍ପର୍କୀୟଙ୍କ ସମ୍ପୂର୍ଣ୍ଣ ଠିକଣା କହି ପାରିନଥିଲେ। ଏନେଇ ଖପ୍ରାଖୋଲ ଏମ୍‌ଓଆଇସି ସୁରଜ ଦୀପ ପୁଲିସ୍‌ର ସହଯୋଗରେ ମାମଲାର ତଦନ୍ତ ହେବ ବୋଲି ପ୍ରତିକ୍ରିୟା ରଖିଛନ୍ତି ।

Leave a Reply

Your email address will not be published. Required fields are marked *