ମୋହନ ସରକାର ନବୀନ ସରକାରଙ୍କର ୨୧ଟି ଯୋଜନାର ନାମ ପରିବର୍ତ୍ତନ କରିଛନ୍ତି

ଭୁବନେଶ୍ବର: ଇତିମଧ୍ୟରେ ପୁରୁଣା ନବୀନ ସରକାରଙ୍କର ମୋଟ ୨୧ଟି ଯୋଜନାର ନାମକୁ ନୂଆ ସରକାର ପରିବର୍ତ୍ତନ କରିଛନ୍ତି। ଏସଂକ୍ରାନ୍ତରେ ଗୁରୁବାର ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପକ୍ଷରୁ ଲିଖିତ ଉତ୍ତର ରଖାଯାଇଛି।ବିଜେଡି ବିଧାୟକ ତୁଷାରକାନ୍ତି ବେହେରା ଏନେଇ ବିଧାନସଭାରେ ଏକ ପ୍ରଶ୍ନ ପଚାରିଥିଲେ । ସେ ପ୍ରଶ୍ନ କରିଥିଲେ ଯେ, ୨୦୨୪ ମାର୍ଚ୍ଚ ୩୧ ସୁଦ୍ଧା ରାଜ୍ୟରେ ରାଜ୍ୟ ଯୋଜନା, କେନ୍ଦ୍ର ଯୋଜନା କେତେ ପ୍ରତିଶତ ଅନୁଦାନରେ ଏବଂ କେଉଁ କେଉଁ ଯୋଜନା କାର୍ୟ୍ୟକାରୀ ହେଉଥିଲା ? ଏଥିସହ କେଉଁ ସବୁ ପୁରୁଣା ଯୋଜନାର ନାମ ପରିବର୍ତ୍ତନ କରି ସରକାର ଏହାର ନୂତନ ନାମକରଣ କରିଛନ୍ତି। ତୁଷାରକାନ୍ତି ବେହେରାଙ୍କ ପ୍ରଶ୍ନର ଲିଖିତ ଉତ୍ତର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରଖିଥିଲେ।ଏହି ଉତ୍ତରରୁ ମିଳିଥିବା ତଥ୍ୟ ଅନୁସାରେ ଏପର୍ଯ୍ୟନ୍ତ ମୋଟ ୨୧ଟି ଯୋଜନାର ନାମ ପରିବର୍ତ୍ତନ ମୋହନ ସରକାରଙ୍କ ଦ୍ବାରା କରାଯାଇଛି ।

ପୂର୍ବର ନବୀନ ପଟ୍ଟନାୟକ ସରକାରଙ୍କର କାଳିଆ ଯୋଜନା ଏବେ ସିଏମ୍ କିଷାନରେ ପରିବର୍ତ୍ତିତ ହୋଇଥିବାବେଳେ ଓଡ଼ିଶା ମିଲେଟ୍ ମିଶନ ଏବେ ଶ୍ରୀଅନ୍ନ ଯୋଜନାରେ ନାମିତ ହେଇଥିବା ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ସେହିପରି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ନାମ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଭାବେ ନାମିତ ହୋଇଛି। ବିଜୁ ପକ୍କା ଘର ଯୋଜନାକୁ ଅନ୍ତଦୋୟ ଗୃହ ଯୋଜନା ନାମରେ ନାମିତ ହେଇଛି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *