ଭୁବନେଶ୍ୱର ଏମ୍ସ ରେ ଓଡ଼ିଆ ରୋଗୀ ଅସୁବିଧା ଭୋଗୁଥିବା ଦର୍ଶାଇ କେନ୍ଦ୍ର ମାନବ ସମ୍ବଳ ଏବଂ ଶିକ୍ଷା ମନ୍ତ୍ରୀଙ୍କୁ ଭଞ୍ଜନଗର ବରିଷ୍ଠ ଆଇନଜୀବି ସୋମନାଥ ନାୟକଙ୍କ ଚିଠି

ଭଞ୍ଜନଗର: ଭଞ୍ଜନଗର ବରିଷ୍ଠ ଆଇନଜୀବି ସୋମନାଥ ନାୟକ କିଛି ଦିନ ପୂର୍ବେ ସ୍ବାସ୍ଥ୍ୟ ଜନିତ ସମସ୍ୟା ଯୋଗୁଁ ଚିକିତ୍ସା ନିମନ୍ତେ ଭୁବନେଶ୍ୱର ଏମ୍ସ ରେ ଚିକିତ୍ସିତ ହେଉଥିଲେ । ସେହି ସମୟରେ ସେ ଭୋଗିଥିବା ଅସୁବିଧା ସଂପର୍କରେ କେନ୍ଦ୍ର ମାନବ ସମ୍ବଳ ଏବଂ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଖୋଲା ଚିଠି ଲେଖିଛନ୍ତି । ବିଶେଷ କରି ଓଡ଼ିଆ ଡାକ୍ତରଙ୍କ ଅଭାବ ଯୋଗୁଁ ଓଡ଼ିଆ ରୋଗୀ ମାନେ ଅଣ ଓଡ଼ିଆ ଡାକ୍ତରଙ୍କ ସହ ପରାମର୍ଶ କରିବାରେ ଏବଂ ରୋଗ ସମ୍ପର୍କରେ ଜଣାଇବାରେ ଭାଷା ଗତ ସମସ୍ୟା ଉପଲବ୍ଧି କରୁଛନ୍ତି ଏବଂ ରୋଗ ସଠିକ୍ ଭାବେ ଜଣାଇ ପାରୁନାହାନ୍ତି ସେ ଦିଗରେ ଶ୍ରୀ ନାୟକ କେନ୍ଦ୍ର ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

Leave a Reply

Your email address will not be published. Required fields are marked *