ସାତ ମାସରେ ୨ ଲକ୍ଷ ୪୦ ହଜାର କୋଟିର ପୁଞ୍ଜିନିବେଶ ହୋଇଛି: ଶିଳ୍ପ ମନ୍ତ୍ରୀ

ଭୁବନେଶ୍ବର : ଓଡ଼ିଶାରେ ବିଜେପି ସରକାର ଆସିବାର ସାତ ମାସରେ ୨ ଲକ୍ଷ ୪୦ ହଜାର କୋଟିର ପୁଞ୍ଜିନିବେଶ ହୋଇଛି ଏବଂ ଲକ୍ଷେ ୮୧ ହଜାର ନିଯୁକ୍ତି ସୃଷ୍ଟି ହୋଇଛି ବୋଲି ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ କହିଛନ୍ତି। ଏହାଛଡ଼ା ନୂଆ ସରକାରରେ ୧୩୪ଟି ବଡ଼ ବଡ଼ ଶିଳ୍ପାନୁଷ୍ଠାନକୁ ଅନୁମତି ମିଳିଛି ବୋଲି ସେ ସୂଚନା ଦେଇଛନ୍ତି।ଚଣ୍ଡିଖୋଲଠାରେ ବହୁ ପ୍ରତୀକ୍ଷିତ ଅଶୋଧିତ ପେଟ୍ରୋଲିୟମ ପ୍ଲାଣ୍ଟକୁ ଅନୁମତି ମିଳିଛି| ନୂଆ ସରକାର ଆସିବା ପରେ ଏଯାଏଁ ରାଜ୍ୟରେ ସମୁଦାୟ ୨ ଲକ୍ଷ ୪୦ ହଜାର କୋଟିର ନିବେଶ ହୋଇଛି | ଏହାଦ୍ୱାରା ୧ ଲକ୍ଷ ୮୧ ହଜାର ନିଯୁକ୍ତି ସୃଷ୍ଟି ହୋଇଛି| ନୂଆ ସରକାର ୧୩୪ଟି ବଡ଼ ବଡ଼ ଶିଳ୍ପାନୁଷ୍ଠାନକୁ ଅନୁମତି ଦେଇଛନ୍ତି| ପୂର୍ବରୁ ଷ୍ଟିଲ ଓ ମେଟାଲ ଶିଳ୍ପ ପ୍ରତିଷ୍ଠା ହେଉଥିବା ବେଳେ ଏବେ ନିଯୁକ୍ତିଭିତ୍ତିକ ଶିଳ୍ପ ଉପରେ ସରକାର ଗୁରୁତ୍ବ ଦେଉଛନ୍ତି| ଯେଉଁ ଶିଳ୍ପ ପ୍ରତିଷ୍ଠା ଦ୍ଵାରା ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ, ତାହା ଉପରେ ଗୁରୁତ୍ବ ଦିଆଯାଉଛି |

ଟେକ୍ସଟାଇଲ, ଗ୍ରୀନ ଏନର୍ଜି, ଗ୍ରୀନ ଆମୋନିଆ ଭଳି ଶିଳ୍ପ ଉପରେ ସରକାର ଗୁରୁତ୍ବ ଦେଉଛନ୍ତି| ଯେଉଁ ଜିଲ୍ଲାରେ ଶିଳ୍ପ ନଥିଲା ସେହିସବୁ ଜିଲ୍ଲାଗୁଡ଼ିକୁ ଫୋକସ କରାଯାଉଛି।ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ କହିଛନ୍ତି , ଗତକାଲି ହାଇଲେବୁଲ କ୍ଲିୟାରନ୍ସ କମିଟିରେ ୪୫ ହଜାର କୋଟି ଟଙ୍କାର ପ୍ରକଳ୍ପକୁ ଅନୁମୋଦନ ମିଳିଛି| ଏହାଦ୍ୱାରା ସୃଷ୍ଟି ୨୩ ହଜାର ନିଯୁକ୍ତି ସୃଷ୍ଟି ହେବ| ଗତକାଲି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିଲା | ଚଣ୍ଡିଖୋଲଠାରେ ବହୁ ପ୍ରତୀକ୍ଷିତ ଅଶୋଧିତ ପେଟ୍ରୋଲିୟମ ପ୍ଲାଣ୍ଟକୁ ଅନୁମତି ମିଳିଛି| ନୂଆ ସରକାର ଆସିବା ପରେ ଏଯାଏଁ ରାଜ୍ୟରେ ସମୁଦାୟ ୨ ଲକ୍ଷ ୪୦ ହଜାର କୋଟିର ନିବେଶ ହୋଇଛି | ଏହାଦ୍ୱାରା ୧ ଲକ୍ଷ ୮୧ ହଜାର ନିଯୁକ୍ତି ସୃଷ୍ଟି ହୋଇଛି| ନୂଆ ସରକାର ୧୩୪ଟି ବଡ଼ ବଡ଼ ଶିଳ୍ପାନୁଷ୍ଠାନକୁ ଅନୁମତି ଦେଇଛନ୍ତି| ପୂର୍ବରୁ ଷ୍ଟିଲ ଓ ମେଟାଲ ଶିଳ୍ପ ପ୍ରତିଷ୍ଠା ହେଉଥିବା ବେଳେ ଏବେ ନିଯୁକ୍ତିଭିତ୍ତିକ ଶିଳ୍ପ ଉପରେ ସରକାର ଗୁରୁତ୍ବ ଦେଉଛନ୍ତି| ଯେଉଁ ଶିଳ୍ପ ପ୍ରତିଷ୍ଠା ଦ୍ଵାରା ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ, ତାହା ଉପରେ ଗୁରୁତ୍ବ ଦିଆଯାଉଛି | ଟେକ୍ସଟାଇଲ, ଗ୍ରୀନ ଏନର୍ଜି, ଗ୍ରୀନ ଆମୋନିଆ ଭଳି ଶିଳ୍ପ ଉପରେ ସରକାର ଗୁରୁତ୍ବ ଦେଉଛନ୍ତି| ଯେଉଁ ଜିଲ୍ଲାରେ ଶିଳ୍ପ ନଥିଲା ସେହିସବୁ ଜିଲ୍ଲାଗୁଡ଼ିକୁ ଫୋକସ କରାଯାଉଛି ।

Leave a Reply

Your email address will not be published. Required fields are marked *