
ଭଞ୍ଜନଗର (ଅରକ୍ଷିତ ପରିଚ୍ଛା, ଓଡ଼ିଶା ଟୁଡେ): ଉତ୍ତର ଘୁମୁସର ବନଖଣ୍ଡ ଅନ୍ତର୍ଗତ ମୁଜାଗଡ଼ ରେଞ୍ଜ ର ବିଭିନ୍ନ ଗ୍ରାମରେ ହାତୀ ଉପଦ୍ରବ । ଅନ୍ଧାର ନହେଉଣୁ ହାତୀ ଜନବସତି ମୁଁହା ହେଉଛନ୍ତି । ହାତୀ କୁ ଘଉଡାଇବା ପାଇଁ ବନବିଭାଗ ସମେତ ସାଧାରଣ ଲୋକମାନେ ହାତରେ ଟର୍ଚ୍ଚ ଲାଇଟ ଧରି ପାଟି କରି ହାତୀ ଘଉଡାଇବାକୁ ଲାଗିଛନ୍ତି । ସନ୍ଧ୍ୟା ରେ ଭଂଜନଗର ଫୁଲବାଣୀ ମୁଖ୍ୟ ରାସ୍ତା ରେ ହାତୀ ରାସ୍ତା ଅତିକ୍ରମ କରୁଥିବା କାରଣରୁ ବନବିଭାଗ ପକ୍ଷରୁ ରାସ୍ତା ରେ ଠିଆ ହୋଇ ଲୋକଙ୍କୁ ସଚେତନ କରୁଥିବା ନଜରକୁ ଆସିଥିଲା । ସନ୍ଧ୍ୟା ସାତ ଟା ବେଳେ ନିଧିଆପଲ୍ଲୀ ଗାଁ ମୁଣ୍ଡରେ ହାତୀପଲ ପଂହଁଚି ଯାଇଛନ୍ତି । ହାତୀ ର ଦିଗ ପରିବର୍ତ୍ତନ କରିବା ସହିତ କିପରି ଧନ ଜୀବନ ଓ ଫସଲ ନଷ୍ଟ ନହେବ ସେଥିପାଇଁ ବନବିଭାଗ ଅହରହ ଉଦ୍ୟମ ଚଳାଇଛି ।
ହାତୀ ମାନେ ଜନବସତି ଆଡ଼କୁ ମାଡ଼ି ଆସି ଧାନ, ଚାଉଳ ଖାଇବା ସହ ଫସଲ, ପରିବା ନଷ୍ଟ କରି ଦେଉଛନ୍ତି । ନିଧିଆପଲ୍ଲୀ, ଗୋହିରିବାଡି, ଗୁଣ୍ଡୁରିବାଡି ଅଞ୍ଚଳରେ ୫ଟି ରୁ ଅଧିକ ଘର ନଷ୍ଟ କରିବା ସହ ଫସଲ କ୍ଷତି ଘଟାଇଛନ୍ତି । କ୍ଷତିଗ୍ରସ୍ତଙ୍କୁ ତୁରନ୍ତ କ୍ଷତିପୂରଣ ପ୍ରଦାନ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ନିର୍ଦ୍ଦେଶ ଦେଇଛନ୍ତି ।
ଭଞ୍ଜନଗର ରୁ ଅରକ୍ଷିତ ପରିଚ୍ଛା ଙ୍କ ରିପୋର୍ଟ ଓଡ଼ିଶା ଟୁଡେ।